Pratidin TV

Odisha's Digital News Platform

ଯାଜପୁରରେ ଜମିବ ପ୍ରଚାର ନାମାଙ୍କନ ଦାଖଲ କଲେ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ..

1 min read

୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ଯାଜପୁର ଲୋକସଭା ଓ ସାତ ବିଧାନସଭା ପାଇଁ ଜୁନ 1 ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ | ଏହି ପରିପ୍ରେକ୍ଷୀରେ ଚଳିତମାସ ସାତ ତାରିଖରୁ ବିଭିନ୍ନ ଦଳର ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି | ଷଷ୍ଠ ଦିନରେ ଯାଜପୁର ଲୋକସଭା ଆସନନିମନ୍ତେ ବିଜେଡ଼ିପକ୍ଷରୁ ପ୍ରାର୍ଥୀନି ଶର୍ମିଷ୍ଠା ସେଠି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

ସେହିପରି ବିଧାନସଭା ନିମନ୍ତେ ବିଜେଡି ଦଳପକ୍ଷରୁ ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ପ୍ରଣବ ବଳବନ୍ତ ରାୟ, ବରୀରୁ ବିଶ୍ୱରଞ୍ଜ ନମଲ୍ଲିକ, କଂଗ୍ରେସରୁ ଯାଜପୁର ବିଧାନସଭା ନିମନ୍ତେ ପ୍ରାର୍ଥୀ ସୁଦିପ କର, ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ବିଧୁଭୂଷଣ ରାଉତ, ସ୍ୱାଧୀନରୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରାର୍ଥୀ ହିମାଂଶୁ ଶେଖରସାହୁ ଙ୍କ ସମେତ ଆପ ଓ ଅନ୍ୟାନ୍ୟ ସ୍ୱାଧୀନ ପ୍ରାଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ | ପ୍ରତେକ ପ୍ରାର୍ଥୀ ସେମାନଙ୍କର ନିର୍ବାଚନମଣ୍ଡଳୀ ରେ ଥିବା ଧାର୍ମିକ ପୀଠରୁ ପୂଜାର୍ଚନା କରିସମର୍ଥଙ୍କ ଗହଣରେ ଶୋଭାଯାତ୍ରାରରେ ଆସି ଯାଜପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ର ନାମାଙ୍କନ ପତ୍ର ରିଟର୍ନିଙ୍ଗ ଅଫିସରଙ୍କ ନିକଟରେ ଦାଖଲ କରିଥିଲେ।ଷଷ୍ଠ ଦିନ ସୁଦ୍ଧା ସମୁଦାୟ 38ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *