ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ , ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ …
1 min readଶ୍ରୀମନ୍ଦିର ର ସବୁ ସୁରକ୍ଷାକୁ ଭେଦ କରି ଆଜି ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ କଲେ ଅଣହିନ୍ଦୁ ପ୍ରବେଶ । ଶ୍ରୀମନ୍ଦିର ପୋଲିସକୁ ଚ୍ୟାଲେଞ୍ଜ କରି ଲୋକଙ୍କ ଭିଡ ଭିତରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।
ଆଜି ଶ୍ରୀକ୍ଷେତ୍ରରେ ଜମିଛି ବ୍ରତଧାରୀଙ୍କ ଭିଡ଼। ଚଳିତ ବର୍ଷ ୫ ଦିନ ବଦଳରେ ୪ ଦିନ ପଞ୍ଚୁକ ବ୍ରତ ପାଳନ ହେଉଛି। ଆଜିଠୁ ପଞ୍ଚୁକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ। ବ୍ରତଧାରୀଙ୍କ ଭିଡ଼ ଭିତରେ ସୁରକ୍ଷା ବ୍ୟବସ୍ଥା ଭେଦକରି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରଵେଶ କରିଛନ୍ତି। ତେବେ ମହିଳା ଜଣଙ୍କ ସିଂହଦ୍ବାର ମଧ୍ୟଦେଇ ଗୁମୁଟ ମଧ୍ୟକୁ ପ୍ରବେଶ କରିଥିବା ବେଳେ ଶ୍ରୀଜଗନ୍ନାଥ ଟେମ୍ପୁଲ ପୋଲିସ ଉକ୍ତ ମହିଳାଙ୍କୁ ଭିଡିଭିଡି ମନ୍ଦିର ଭିତରୁ ବାହାରକୁ ଆଣିଥିବା ଦେଖିବାକୁ ମିଳିଛି । ଉକ୍ତ ମହିଳା ଜଣଙ୍କ ପୋଲିସକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ପରବର୍ତ୍ତୀ ସମୟରେ ମହିଳାଜଣଙ୍କୁ ପୋଲିସର ଅସ୍ଥାୟୀ କ୍ୟାମ୍ପ ମଧ୍ୟକୁ ନିଆଯାଇଥିଲା । ସେଠାରେ ଉପସ୍ଥିତ ପୋଲିସ ତଦନ୍ତ କରିବା ପରେ ମହିଳାଙ୍କୁ ବ୍ୟାରିକେଡ୍ ବାହାରକୁ ଛାଡି ଦିଆଯାଇଥିବା ଦେଖିବାକୁ ମିଳିଛି ।ଅଣହିନ୍ଦୁ ଜଣକ ଚାଇନିଜ୍ ଭାଷାରେ କଥାବାର୍ତ୍ତା ହେଉଥିବା ଜଣା ପଡିଛି।
ପୁରୀ ବଡ଼ଦେଉଳରେ ବାରମ୍ବାର ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ସାମ୍ନାକୁ ଆସୁଥିବାବେଳେ କାହିଁକି ଶ୍ରୀମନ୍ଦିର ପୋଲିସ ପ୍ରଶାସନ ଅଣହିନ୍ଦୁ ପ୍ରବେଶ ରୋକିବାକୁ ସ୍ଵଛ ପଦକ୍ଷେପ ଗ୍ରହଣ କରୁନାହାନ୍ତି ସେ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।