Pratidin TV

Odisha's Digital News Platform

(video)କଲେଜ ଛାତ୍ରୀଙ୍କ ଗାଲକୁ କାମୁଡ଼ିଦେଲେ ଅଣଛାତ୍ର ….

ପାରାଦ୍ୱୀପ ; କଲେଜରେ ଚାଲିଥିଲା ପ୍ଲସ ୨ ପରୀକ୍ଷା, ହଠାତ କଲେଜ ଭିତରକୁ ପଶି ଆସିଲେ ଅଣଛାତ୍ର, କେହି କିଛି ବୁଝିବା ପୂର୍ବରୁ କଲେଜ ର ଜଣେ ପ୍ଲସ ୨ ଛାତ୍ରୀ ଙ୍କ ଗାଲକୁ କାମୁଡ଼ିଦେବା ସହିତ କରିଥିଲେ ଟଣା ଓଟରା । ଯାହାକୁ ନେଉ ଉତ୍ୟକ୍ତ ହୋଇପଡ଼ିଥିଲେ କଲେଜ ର ଛାତ୍ରଛାତ୍ରୀ । ଉତ୍ୟକ୍ତ ଛାତ୍ରଛାତ୍ରୀ ମାନେ ଉକ୍ତ ଅଣଛାତ୍ରକୁ କଲେଜ ବାହାରକୁ ଘୋଷାରି ନେଇ ମାଡ ମାରିଥିବା ଖବର ସାମ୍ନାକୁ ଆସିଛି ପାରାଦୀପ କଲେଜ ରୁ । ସମୃକ୍ତ ଘଟଣା ପରେ ଛାତ୍ରଛାତ୍ରୀ ଓ କଲେଜ କର୍ତୃପକ୍ଷ ଙ୍କ ତରଫରୁ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟକ ଥିବା ଅଣଛାତ୍ରକୁ ଗିରଫ କରିଥିବା ସୂଚନା ମିଳିଛି ।

ତେବେ ଉକ୍ତ ଅଣଛାତ୍ର ଜଣକ ପୂର୍ବରୁ ଛାତ୍ରୀ ଜଣଙ୍କୁ କମେଣ୍ଟ କରିବା ନେଇ ଛାତ୍ରୀ ର ବାପା ଉକ୍ତ ଅଣଛାତ୍ର ର ବାପା ଙ୍କୁ ଅବଗତ କରିବା ସହିତ ଉଭୟ ପକ୍ଷ ଙ୍କ ଆଲୋଚନା ପରେ ଘଟଣା ର ସମାଧାନ ହୋଇଥିଲେ ମଧ୍ୟ ଆଜିର ଘଟଣା କୁ ଚିନ୍ତାରେ ପଡିଛନ୍ତି ଛାତ୍ରୀ ର ବାପା । କଣ ପାଇଁ ଓ କେଉଁ ଉଦ୍ଦେଶ୍ୟ ରେ ଏହି ଅଣଛାତ୍ର ଜଣକ କଲେଜ ଭିତରେ ପଶି ଝିଅ ସହିତ ଏଭଳି କାଣ୍ଡ ଘଟାଇଛି ତାହାକୁ ନେଇ ଛାତ୍ରୀ ର ବାପା ପାରାଦୀପ ଥାନା ରେ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି । ସବୁଠୁ ବଡ କଥା ହେଲା କଲେଜ୍ ଭିତରେ ମଧ୍ୟ ଛାତ୍ରୀ ମାନେ ସୁରକ୍ଷିତ ନୁହଁନ୍ତି । କଲେଜ ଭିତରକୁ ଅଣଛାତ୍ରମାନଙ୍କ ପ୍ରବେଶ ନିସେଦ୍ଧ ଥିବା ବେଳେ କିଭଳି ଏହି ଅଘଟଣ ଘଟିଲା ତାକୁ ନେଇ କଲେଜ କତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *