Pratidin TV

Odisha's Digital News Platform

ବୁଧବାରରେ ଜମିଲା ଛାଡଖାଇ, ଆମିଷ ଦରର ତାଲିକା ଦୋକାନୀ ମାରିବା ନେଇ ରହିଛି ବାଧ୍ୟତାମୂଳକ

ଗତକାଲି ମଙ୍ଗଳବାର ପଡିଥିଲା ଛାଡଖାଇ । ହେଲେ ଅଧିକାଂଶ ଲୋକ ମଙ୍ଗଳବାର ଦିନ ଆମିଷ ଖାଆନ୍ତି ନାହିଁ । ହେଲେ ଆଜି ବୁଧବାର ଥିବାରୁ ଜମିଛି ଛାଡଖାଇ । ସକାଳୁ ସକାଳୁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଆମିଷ ବଜାରରେ ଭିଡ ଦେଖିବାକୁ ମିଳିଛି । ତା ପୂର୍ବରୁ ବଜାରରେ ଆମିଷ ଦର ବୃଦ୍ଧିପାଇଛି । କାଲିମଧ୍ୟ ଦର ଅଧିକ ଥିଲା ହେଲେ ଦୋକାନୀଙ୍କ ଭଲ ବ୍ୟବସାୟ ହୋଇ ପାରି ନଥିଲା । କାର୍ତ୍ତିକ ମାସ ପରେ କାଲି ଥିଲା ଛାଡଖାଇ । କିନ୍ତୁ ମଙ୍ଗଳବାର ଥିବାରୁ ମାର୍କେଟ ଥିଲା ଖାଁ ଖାଁ । ଦୋକାନ ଆଗ ଫାଙ୍କା ପଡ଼ିଥିଲା । ଆଜି ବୁଧବାର ହୋଇଛି ଅସଲ ଛାଡ଼ଖାଇ । ସେଥିପାଇଁ ବ୍ୟବସାୟୀଙ୍କ ପକ୍ଷରୁ ପୂର୍ବରୁ ପ୍ରସ୍ତୁତି ସରିଥିଲା ।ଦୋକାନୀ ଦର ତାଲିକା ମାରିବା ବାଧ୍ୟତାମୂଳକ ହୋଇଛି । ସେହିପରି ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ । ରାଜଧାନୀରେ ଚଢା ଦର ଉପରେ ବିଏମସି ନଜର ରଖିଛି । ମାଂସ ଓ ମାଛ ଦୋକାନରେ ଦର ତାଲିକା ମାରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି । ଏହାସହ ପରିମଳକୁ ମଧ୍ୟ ଗୁରୁତ୍ୱ ଦିଆଯିବ । ସେହିପରି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମଧ୍ୟ ଚଢ଼ଉ କରିବାକୁ ଯୋଜନା କରାଯାଇଛି ।

Leave a Reply

Your email address will not be published. Required fields are marked *