Pratidin TV

Odisha's Digital News Platform

ପୁଣି ଅଡୁଆରେ ଜ୍ୟାକଲିନ୍ : ମାନହାନୀ ମକଦ୍ଦମା ଲଗାଇଲେ ନୋରା ଫତେହି

1 min read

ମୁମ୍ବାଇ : ପୁଣି ଅଡୁଆରେ ଫସିଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ ମହାଠକ ସୁକେଶ୍ ସହ ୨୦୦ କୋଟି ଟଙ୍କା ଠକେଇ ମାମଲା ସହ ସମ୍ପୃକ୍ତ ହେବା ପରଠୁ ଜ୍ୟାକଲିନ୍‌ଙ୍କ ଜୀବନରୁ ଯେପରି ସୁଖର ଦିନ ହଜିଯାଇଛି । ପ୍ରତ୍ୟକ ଦିନ ନୂଆ ନୂଆ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜ୍ୟାକଲିନ୍ । ତେବେ ନିକଟରେ ପୁଣି କୋର୍ଟର ଦ୍ୱାରସ୍ଥ ହେବେ ଜ୍ୟାକଲିନ୍ । କାରଣ ବଲିଉଡ୍‌ର ଡ୍ୟାନ୍ସ କୁଇନ ନୋରା ଫତେହି ତାଙ୍କ ବିରୁଦ୍ଧରେ ଆଣିଛନ୍ତି ମାନହାନୀ ମକଦ୍ଦମା । କେବଳ ଜ୍ୟାକଲିନ୍ ନୁହେଁ ବରଂ ଅନେକ ଗଣମାଧ୍ୟମ ସଂସ୍ଥା ନାଁରେ ମଧ୍ୟ ମାନହାନୀ ମକଦ୍ଦମା ରୁଜ୍ଜୁ କରିଛନ୍ତି ନୋରା ।

ନୋରାଙ୍କ ଅଭିଯୋଗ ଅନୁଯାୟୀ ମହାଠକ ସୁକେଶ ସହ ସେ କୌଣସି ପ୍ରକାରର ବେଆଇନ ଅର୍ଥ ହେରଫେର କରିନାହାନ୍ତି । ବରଂ ଜ୍ୟାକଲିନ୍ ତାଙ୍କ କ୍ୟାରିୟର ବର୍ବାଦ କରିବାପାଇଁ ଏପରି ଚାଲ ଖେଳିଛନ୍ତି । ଯେହେତୁ ଦୁହେଁ ସମାନ ଇଣ୍ଡଷ୍ଟ୍ରିର ତେଣୁ ଜ୍ୟାକଲିନ୍ ନୋରାଙ୍କୁ ତଳିତଳାନ୍ତ କରିବ ପାଇଁ ଇଡି ସମମ୍‌ୁଖରେ ମିଛରେ ତାଙ୍କ ନାମ ନେଇଛନ୍ତି । ମହାଠକ ସୁକେଶ ସହ ତାଙ୍କର କୌଣସି ପ୍ରକାରର ସର୍ମ୍ପକ ନଥିବା ବୋଲି କହିଛନ୍ତି ନୋରା । ଏହା ସହ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ମଧ୍ୟ ତାଙ୍କୁ ଟଙ୍କା ଲୋଭରେ ବଦନାମ୍ କରିଥିବା ନେଇ ମାମଲା ରୁଜୁ କରିଛନ୍ତି ନୋରା ।

Advertisement

ପୂର୍ବରୁ ମହାଠକ ସୁକେଶ୍ ସହ ଲିଙ୍କ୍ ନେଇ ଜ୍ୟାକଲିନ୍ ଏବଂ ନୋରାଙ୍କୁ ବାରମ୍ବାର କୋର୍ଟର ଦ୍ୱାରସ୍ଥ ହେବାକୁ ପଡିଥିଲା । ଇଡିର ସନ୍ଦେହ ଥିଲା ଯେ ଜ୍ୟାକଲିନଙ୍କ ସହ ନୋରାଙ୍କୁ ମଧ୍ୟ କିଛି ଦାମି ଗିଫ୍ଟ ଦେଇଛି ମହାଠକ ସୁକେଶ । ନୋରା କିଣିଥିବା ବିଏମଡବଲ୍ୟୁ କାର୍ ସୁକେଶ୍ ଦେଇଥିବା ନେଇ ପୂର୍ବରୁ ଦୁହିଁଙ୍କୁ ଆମ୍ନା ସାମ୍ନା ଜେରା କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *