Pratidin TV

Odisha's Digital News Platform

(ଭିଡିଓ)ଫିଫା ବିଶ୍ୱକପ୍ ଷ୍ଟେଜ୍‌ରେ ଅପମାନିତ ହେଲା ତ୍ରିରଙ୍ଗା , ଏଭଳି କରି ଫସିଲେ ନୋରା ଫତେହି…

1 min read

ନୂଆଦିଲ୍ଲୀ : ବି-ଟାଉନ୍‌ର ଡ୍ୟାନ୍ସିଂ କୁଇନ୍ ନୋରା ।ନିକଟରେ ସେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ବର୍ତ୍ତମାନ ଦେଶରୁ ବିଦେଶ ଚର୍ଚ୍ଚା ଜୋର ଧରିଛି । ନିଜର ଗ୍ଲାମର ଲୁକ୍ ସହ ଡ୍ୟାନ୍ସ ପାଇଂ ମଧ୍ୟ ଦେଶ ବିଦେଶରେ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଏହି ଡାନ୍ସି ଡିଭା । ନିଜର କିଲ୍ର ଡ୍ୟାନ୍ସ ମୁଭ୍ ଦେଖାଇ ସେ ଲକ୍ଷ ଲକ୍ଷ ଫ୍ୟାନ୍ମାନଙ୍କୁ ଦିୱାନା କରନ୍ତି। ନୋରାଙ୍କ ଏହି ପପୁଲାରିଟି ଯୋଗୁଁ ସେ କତାରରେ ଚାଲିଥିବା ଫିଫା ବିଶ୍ୱକପ-୨୦୨୨ ରେ ପର୍ଫର୍ମ କରିବାର ସୁଯୋଗ ପାଇଥିଲେ। ଫିଫା ବିଶ୍ୱକପର ଫ୍ୟାନ୍ ଫେଷ୍ଟିଭାଲରେ ନୋରା ଏକ ଜବରଦସ୍ତ ଡ୍ୟାନ୍ସ ପରିବେଷଣ କରିଥିଲେ। ମଞ୍ଚ ଉପରେ ହାତରେ ତ୍ରିରଙ୍ଗା ଧରି ନୋରା ଜୟ ହିନ୍ଦ ସ୍ଲୋଗାନ ମଧ୍ୟ ଦେଇଥିଲେ। କିନ୍ତୁ ଏହି ସମୟରେ ନୋରାଙ୍କ ହାତରେ ଏକ ବଡ ଭୁଲ ହୋଇଯାଇଥିଲା । ଯାହାକୁ ନେଇ ବର୍ତ୍ତମାନ ସେ ଲକ୍ଷ ଲକ୍ଷ ଟ୍ରୋଲର ଶୀକାର ହେଉଛନ୍ତି । ଫିଫା ୱାର୍ଲ୍ଡକପ୍ରେ ନୋରା ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ନୋରା ଜାତୀୟ ପତକାକୁ ଅପମାନ କରିଥିବା କୁହାଯାଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ,ନୋରା କୋଟି କୋଟି ଦର୍ଶକଙ୍କ ସାମ୍ନାରେ ନିଜର ଦମ୍‌ଦାର ଫରଫୋମାନ୍ସ ସହ ଜୟ ହିନ୍ଦର ନାରା ଲଗାଉଛନ୍ତି।

ସେ କହୁଛନ୍ତି ଭାରତ ହୁଏତ ଫିଫା ବିଶ୍ୱକପରେ ନଥାଇପାରେ, କିନ୍ତୁ ଆମେ ଏହି ଉତ୍ସବର ଏକ ଅଂଶ। ଆମ ସଙ୍ଗୀତରୁ, ନୃତ୍ୟରୁ ଭାରତ ଏଠାରେ ଉପସ୍ଥିତ। ସେଠାରେ ଉପସ୍ଥିତ ଲୋକମାନେ ନୋରାଙ୍କ ଏହି କଥା ଶୁଣିବା ପରେ ଉତ୍ସାହିତ ହୋଇପଡୁଛନ୍ତି। ନୋରାଙ୍କ ସହ ମିଶି ଦର୍ଶକମାନେ ମଧ୍ୟ ଜୟ ହିନ୍ଦ ନାରା ଲଗାଉଛନ୍ତି। ପୂରା ଷ୍ଟାଡିୟମ ଭାରତ ଭାରତ ସ୍ଲୋଗାନରେ କମ୍ପି ଉଠୁଛି।

କିନ୍ତୁ ଠିକ୍ ସେହି ସମୟରେ ନୋରା ତ୍ରିରଙ୍ଗା ପତକାକୁ ଭୁଲ ଢ଼ଙ୍ଗରେ ଧରିବା ଏବଂ ଏହାକୁ ଲହରାଇବା ଓ ଏହାକୁ ଅପମାନିତ କରିବା ନେଇ ଅଭିଯୋଗ ହୋଇଛି। ସର୍ବପ୍ରଥମେ ନୋରାଙ୍କୁ ମଞ୍ଚ ଉପରକୁ ତ୍ରିରଙ୍ଗା ପତକା ଫିଙ୍ଗାଯାଇ ଦିଆଯାଇଥିଲା। ଏହାପରେ ତଳେ ପଡିଥିବା ତ୍ରିରଙ୍ଗାକୁ ଉଠାଇ ନୋରା ଏହାକୁ ଏକ ସ୍କାର୍ଫ ଭଳି ବୁଲାଇଥିଲେ। ଏହାପରେ ସେ ତ୍ରିରଙ୍ଗା ପତାକାକୁ ଓଲଟା ଉଡାଇ ଥିଲେ। କେବଳ ସେତିକି ନୁହେଁ ନିଜ ଦେହରେ ଜାତୀୟ ପତକାକୁ ଓଢ଼ଣୀ ଭଳି ଗୁଡାଇ ଥିଲେ। ଯେଉଁଭଳି ଭାବେ ନୋରା ମଞ୍ଚ ଉପରୁ ତ୍ରିରଙ୍ଗା ପତକାକୁ ତଳେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଫେରାଇଥିଲେ, ତାକୁ ନେଇ ମଧ୍ୟ ଲୋକେ ତାଙ୍କୁ ଟାର୍ଗେଟ୍ କରିଛନ୍ତି।

https://www.instagram.com/reel/CljduQ9h5lP/?utm_source=ig_web_copy_link

ତେବେ ନୋରା ଜାତୀୟ ପତକାକୁ ଏଭଳି ଭୁଲ ଢଙ୍ଗରେ ଧରିବା ସହ ତାକୁ ଓଢଣୀ ଭଳି ଉଡାଇବା କଥା ଦେଶଭକ୍ତଙ୍କୁ ବ୍ୟାଘାତ୍ କରିଛି । ବର୍ତ୍ତମାନ ଭିଡିଓଟି ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିଯାଇଥିବାବେଳେ । ଅନେକ ୟୁଜର୍ସଙ୍କ ଟ୍ରୋଲର ଶୀକାର ହେଲେଣି ନୋରା । ତେବେ ନୋରାଙ୍କ ସହ ଷ୍ଟେଜ୍ ଓପରକୁ ତିରଙ୍ଗା ଫୋପାଡିଥିବା ବ୍ୟକ୍ତି ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ଦାବି କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏ ବାବଦରେ ନୋରା ନିଜର କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହନ୍ତି ।

Leave a Reply

Your email address will not be published. Required fields are marked *