Pratidin TV

Odisha's Digital News Platform

ଏଥର ଫିଫା ବିଶ୍ୱକପ୍‌ରେ ନଜର ଆସିବେ ନୋରା , ପ୍ରଶଂସକଙ୍କ ପାଇଁ ସେୟାର କଲେ ଏହି ଭିଡିଓ

1 min read

ନୂଆଦିଲ୍ଲୀ : ନିକଟରେ ଜ୍ୟାକଲିନଙ୍କ ପରି ମହାଠକ ସୁକେଶ ସହ ଲିଙ୍କ ନେଇ ବହୁବାର ଚର୍ଚ୍ଚାରେ ଥିଲେ ବଲିଉଡ୍ ଡ୍ୟାନସର ତଥା କୋରିଓଗ୍ରାଫର ନୋରା ଫତେହି । ଏବେ ପୁଣି ଚର୍ଚ୍ଚାରେ ନୋରା ତେବେ ସୁକେଶ ନୁହ ବରଂ ଫିଫା ବିଶ୍ୱକପ୍ । ସେହିଭଳି ନୋରା କେବଳ ବଲିଉଡ୍ ନୁହେଁ ବରଂ ତେଲଗୁ, ତାମିଲ ଏବଂ ମାଲାୟାଲମ ଫିଲ୍ମଗୁଡିକରେ ମଧ୍ୟ କାମ କରିଛନ୍ତି । ସେ ୨୦୧୫ ନିଜର ବଲିଉଡ୍ କ୍ୟାରିୟର ପ୍ରଥମେ ବିଗ୍‌ବସ୍‌-୯ ରୁ ଆରମ୍ଭ କରିଥିଲେ । ଏହାପରେ ୨୦୧୬ ରେ ଝଲକ ଦିଖଲାଜାରେ ନିଜର ଦମଦାର ଡ୍ୟାନ୍ସ ଦେଖାଇ ଜଜ୍ ମାନଙ୍କୁ ଚକିତ କରିଦେଇଥିଲେ । ତେବେ ଝଲକ ଦିଖଲାଜା ପରେ ପରେ ତାଙ୍କ ହାତକୁ ଗୋଟେ ପରେ ଗୋଟେ ବଡ ବଡ ପ୍ରଜୋକ୍ଟ ଆସିଥିଲା ।

ତେବେ ନିଜ ଡ୍ୟାନ ମାଧ୍ୟମରେ ନୋରା ଲକ୍ଷ ଲକ୍ଷ ଦର୍ଶକଙ୍କ ମନକୁ ଜିଣିଥିବା ବେଳେ , ବର୍ତ୍ତମାନ ଏମିତି କିଛି କରିଛନ୍ତି ସେ । ଯାହା ପାଇଁ ପ୍ୟାନ୍ସ ନୁହେଁ ବରଂ ପୁରା ଭାରତ ବର୍ଷ ଗୌରାବନ୍ନିତ ହୋଇଛି । ଆଗକୁ ଡିସେମ୍ବରରେ ହେବାକୁ ଥିବା ଫିଫା ବିଶ୍ୱକପ୍ ପାଇଂ ନୋରା ଡ୍ୟାନ୍ସ କରିବେ ସୂଚନା ମିଳୁଛି । ନୋରା ନିଜ ଇନଷ୍ଟାଗ୍ରାମରେ ଫିଫା ବିଶ୍ୱକପର ଅଫିସିଆଲ ଆନ୍ଥେମ ସେୟାର କରିଛନ୍ତି। ଯାହାକୁ ଫ୍ୟାନ୍ସ ଏବଂ ସୋସିଆଲ ମିଡିଆ ୟୁଜର୍ସ ବେଶ୍ ପସନ୍ଦ କରୁଛନ୍ତି। ଏହି ଭିଡିଓରେ ଫିଫା ବିଶ୍ୱକପ ଆନ୍ଥେମ ‘ଲାଇଟ ଦ ସ୍କାଏ’ର ଟିଜର ରହିଛି। ଯେଉଁଥିରେ ନୋରା ନିଜର ଡ୍ୟାନ୍ସ ଜଲଓ୍ଵା ଦେଖାଉଛନ୍ତି। ଏହି ଭିଡିଓରେ ନୋରାଙ୍କ ସହିତ କିଛି ଇଣ୍ଟରନ୍ୟାସନାଲ ସେଲିବ୍ରିଟି ମଧ୍ୟ ନଜର ଆସିଛନ୍ତି। ନୋରାଙ୍କ ଏହି ଭିଡିଓ ଅକ୍ଟୋବର ୭ ତାରିଖରେ ରିଲିଜ ହେବ।

ତେବେ ନୋରା ବିଶ୍ୱ ମଞ୍ଚରେ ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ପ୍ରତିନିଧିତ୍ୱ କରିବାରେ ଏକମାତ୍ର ଅଭିନେତ୍ରୀ । ନୋରା ଫତେହୀ ମ୍ୟୁଜିକ ଭିଡିଓ ଶୋରେ ସାମିଲ ହୋଇ ଫିଫା ଫୁଟବଲ ବିଶ୍ୱକପରେ ପରଫର୍ମ କରିବେ। ନୋରାଙ୍କ ଗୀତକୁ ଜଣାଶୁଣା ମ୍ୟୁଜିକ ନିର୍ମାତା ରେଡଅନ ପ୍ରସ୍ତୁତ କରିଛନ୍ତି। ସେ ଦୁନିଆର ଲୋକପ୍ରିୟ ମ୍ୟୁଜିକ ନିର୍ମାତା ଭିତେର ଜଣାଶୁଣା। ନୋରା ଫତେହୀ ଫିଫା ଉଦ୍ଘାଟନ ଏବଂ ଉଦଯାପନୀ ସମାରୋହରେ ପରଫର୍ମ କରିବେ। ନୋରା ଉଦ୍ୟାପନୀ ଶୋରେ ହିନ୍ଦୀ ଗୀତରେ ଡ୍ୟାନ୍ସ କରିବେ।

https://www.instagram.com/reel/CjUyxmjA3Yo/?utm_source=ig_web_copy_link

Leave a Reply

Your email address will not be published. Required fields are marked *