ବର୍ଷାରେ ବେହାଲ ଉତ୍ତରଭାରତ; ଉବୁଟୁବୁ ଗୁଜରାଟ, ୧୫ ମୃତ, ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର
1 min readବର୍ଷାରେ ବେହାଲ ଉତ୍ତରଭାରତ । ଭାସୁଛି ଗୁଜରାଟ | ଜାରି ହେଲା ଆଲର୍ଟ | ପ୍ରବଳ ବର୍ଷାରେ ଉବୁଟୁବୁ ଗୁଜରାଟ। ଚାରି ଆଡେ କେବଳ ପାଣି ଆଉ ପାଣି। ସତେ ଯେପରି ଚାରିଆଡେ କର୍ଫ୍ୟୁ ଲଗାଇ ଦେଇଛି ବର୍ଷା। ପୂର୍ବ ୪୮ ଘଣ୍ଟାର ପ୍ରବଳ ବର୍ଷା ଗୁଜୁରାଟର ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତଟି ସୃଷ୍ଟି ହୋଇଛି | ଆଗାମୀ ୨ ଦିନ ଅଟାରଥଟି ୨୮ ଓ ୨୯ ପାଇଁ ପାଣିପାଗ ବିଭଗ ରେଡି ଆଲର୍ଟ ଜାରି କରିଛି | ରାଜ୍ୟର ଅଧିକାଂଶ ଡ୍ୟାମରେ ଓଭରଫ୍ଲୋ ଅବସ୍ଥାରେ ଅଛି |
ଜାମନଗରରୁ ଜୁନାଗଡ, ଭଦୋଦରା ଠାରୁ ବନାସକଣ୍ଠା ଏବଂ ଅରାବାଳି ଠାରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଜଳ ପ୍ରଳୟ ଦେଖିବାକୁ ମିଳିଛି। ସବୁଠୁ ନାମୀଦାମୀ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ଘରେ ପାଣି ପଶିଯିବା ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଗତ ୩ ଦିନ ମଧ୍ୟରେ ଗୁଜୁରାଟରେ ପ୍ରବଳ ବର୍ଷା ହେତୁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ମୋରବିରେ ଜଣ ବ୍ୟକ୍ତି, ଗାନ୍ଧିନଗରରେ ୨ ଜଣ, ଆନନ୍ଦରେ ୬, ମହିସାଗରରେ ୨, ଭଦୋଦାରେ, ଖେଡା, ଭରୁଚରେ ଓ ଅହମ୍ମଦାବାଦରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଗତ ତିନି ଦିନ ମଧ୍ୟରେ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।