Pratidin TV

Odisha's Digital News Platform

ଏମିତି ସ୍ଥାନ , ଯେଉଁଠି ଚିରା ଫଟା ଜିନ୍ସ ପିନ୍ଧି ମିଳିବ ଭୟଙ୍କର ଦଣ୍ଡ…

1 min read

ଏମିତି ଏକ ସ୍ଥାନ ଯେଉଁଠି ଫଟା ଜିନ୍ସ ପିନ୍ଧିଲେ ମିଳିବ ଭୟଙ୍କର ଦଣ୍ଡ ।ଷ୍ଟାଇଲ କିଏ ବି ନକରୁଛି। ଯୁବପିଢ଼ୀ ଫ୍ୟାସନକୁ ନେଇ ସବୁବେଳେ ଚିନ୍ତିତ। ବିଭିନ୍ନ ଷ୍ଟାଇଲିସ ଲୁକ ରେ ନଜର ଆସୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଯୁବପିଢୀଙ୍କ ଷ୍ଟାଇଲ ଏବଂ ଫ୍ୟାସନ୍ ଖୁବ ବଦଳି ଯାଇଛି । ସବୁଠୁ ବେଶୀ ଲୋକପ୍ରିୟ ହୋଇଛି Ripped Jeans ବା ଚିରା-ଫଟା ପ୍ୟାଣ୍ଟ । କିନ୍ତୁ ଏଭଳି ଜିନ୍ସ ପିନ୍ଧିବା ଉପରେ ଏବେ କଟକଣା ଲାଗିଛି  । ତେବେ ଏଭଳି ନିଷ୍ପତ୍ତି ଭାରତରେ ନୁହେଁ, ଉତ୍ତର କୋରିଆରେ ଲାଗୁ ହୋଇଛି । ଉତ୍ତର କୋରିଆ ନେତା କିମ୍-ଜୋଙ୍ଗ-ଉନ୍ ସରକାର ସାରା ଦେଶରେ ଏହି Ripped Jeans(ଚିରା-ଫଟା ପ୍ୟାଣ୍ଟ) ଉପରେ ରୋକ ଲଗାଇଛନ୍ତି । ଫଟା ଜିନ୍ସକୁ ‘ୱେଷ୍ଟର୍ଣ୍ଣ ଇନଫ୍ଲୁଏନ୍ସ’ର ପ୍ରତୀକ ବୋଲି କୁହାଯାଇଛି ।

ତେବେ କେବଳ ରିପ୍ଡ ଜିନ୍ସ ନୁହେଁ, ଉତ୍ତର କୋରିଆରେ ୱେଷ୍ଟର୍ଣ୍ଣ ଡ୍ରେସ ଏବଂ ହେୟାର ଷ୍ଟାଇଲ ଉପରେ ମଧ୍ୟ ବ୍ୟାନ୍ ଲଗାଇଛନ୍ତି । ଏଠାକାର ଲୋକେ କେବଳ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ହେୟାର ଷ୍ଟାଇଲ କରିପାରିବେ ଏବଂ ସରକାରଙ୍କ ଅନୁମତି ପ୍ରାପ୍ତ ପୋଷାକ ପିନ୍ଧିପାରିବେ । ତେବେ ଫଟା ଜିନ୍ସ ପିନ୍ଧୁଥିବା ବ୍ୟକ୍ତିମାନଙ୍କୁ ସେଠାରେ ସମାଜ ବିରୋଧୀ ବୋଲି କୁହାଯାଏ । କିମ ଜୋଙ୍ଗ ଉନଙ୍କ ସରକାର ବିଶ୍ୱାସ କରନ୍ତି ଯେ ଏଭଳି ଫ୍ୟାଶନ ଦେଶର ସାଂସ୍କୃତିକ ପରିଚୟକୁ ଦୁର୍ବଳ କରିପାରେ । ତେଣୁ ଉତ୍ତର କୋରିଆରେ ଫଟା ଜିନ୍ସ ପିନ୍ଧିବା କେବଳ ଫ୍ୟାଶନ ବିରୁଦ୍ଧରେ ନୁହେଁ, ଏହା ସରକାରୀ ନିୟମ ଉଲ୍ଲଂଘନ କରିଥିବାରୁ କଠୋର ଦଣ୍ଡ ମଧ୍ୟ ଦେଇଥାଏ।

Advertisement

Leave a Reply

Your email address will not be published. Required fields are marked *