Pratidin TV

Odisha's Digital News Platform

ଜନ୍ମହାର ହ୍ରାସକୁ ନେଇ ଚନ୍ତାରେ ଏକଛତ୍ରବାଦ ଶାସକ ,ସନ୍ତାନ ପାଇଁ କାନ୍ଦି କାନ୍ଦି ମହିଳାଙ୍କୁ କଲେ ନିବେଦନ…

1 min read

ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଏକ ନିଷ୍ଠୁର ଶାସକ କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ସେ ତାଙ୍କ ହିସାବରେ ଦେଶରେ ଆଇନ ତିଆରି କରିଥାନ୍ତି । ଆଉ ଯଦି କେହି ତାଙ୍କ ଆଦେଶ ପାଳନ କରିନଥାଏ ତେବେ ସେ ତାକୁ କେଠାର ଦଣ୍ଡରେ ଦଣ୍ଡିତ କରିଥାନ୍ତି । ହେଲେ ଦେଶରେ ଜନ୍ମହାର ହ୍ରାସକୁ ନେଇ ଚନ୍ତାରେ ଏବେ ଚିନ୍ତାରେ ପଡିଛନ୍ତି ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ । ସେଥିପାଇଁ ରବିବାର ପ୍ୟୋଙ୍ଗୟାଙ୍ଗରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କାନ୍ଦି ପକାଇଥିଲେ । କାନ୍ଦି କାନ୍ଦି ଦେଶର ମହିଳାଙ୍କୁ ଅଧିକ ସନ୍ତାନ ପାଇଁ ନିବେଦନ କରିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବିକ ରବିବାର ଦେଶର ଜାତୀୟ ମାତୃ ବୈଠକରେ ଭାଷଣ ଦେବା କିମ୍ ଜଙ୍ଗ୍ ଉନ୍ ଦେଶରେ ଜନ୍ମହାର ହ୍ରାସ ନେଇ ଚିନ୍ତା ପ୍ରକଟ କରିଥିଲେ । ଜନ୍ମ ହାରରେ ହ୍ରାସକୁ ରୋକିବା ଏବଂ ଉତ୍ତମ ଶିଶୁ ଯତ୍ନ ଆମର ସମସ୍ତ ଗୃହରକ୍ଷୀଙ୍କ ଦାୟିତ୍ ବୋଲି ସେଠାରେ ଉପସ୍ଥିତ ମହିଳାମାନଙ୍କୁ କହିଥିଲେ । ଦେଶକୁ ଶକ୍ତିଶାଳୀ କରିବାକୁ ହେଲେ ଅଧିକ ଛୁଆ ଜନ୍ମ କରିବା ଦିଗରେ ମହିଳାମାନଙ୍କୁ ପ୍ରୟାସ କରିବାକୁ ହେବ । ଏହା ଦେଶର ସମସ୍ତ ମହିଳାଙ୍କ ଦାୟିତ୍ୱ ବୋଲି ସେ କହିଥିଲେ । ସେ ଆହୁରୀ ମଧ୍ୟ କହିଥିଲେ ଯେ ମୁଁ ମଧ୍ୟ ସବୁବେଳେ ମାଆମାନଙ୍କ ବିଷୟରେ ଚିନ୍ତା କରେ ଯେତେବେଳେ ଦଳ ଏବଂ ରାଜ୍ୟର କାର୍ଯ୍ୟ ସହିତ ମୋର କଷ୍ଟସାଧ୍ୟ ହୁଏ । ବାସ୍ତବରେ ଉତ୍ତର କୋରିଆରେ ପ୍ରଜନନ ହାର ୧.୮ ରେକର୍ଡ କରାଯାଇଛି । ଉତ୍ତର କୋରିଆ ସମେତ ଦକ୍ଷିଣ କୋରିଆରେ ମଧ୍ୟ ଜନ୍ମହାର କମ୍ ରେକର୍ଡ କରାଯାଇଛି । ଏଠାରେ ପ୍ରଜନନ ହାର ରହିଛି ୦.୭୮ । ତେଣୁ କିମ୍ ଜୋଙ୍ଗ ପ୍ରଜନନ ହାର ବୃଦ୍ଧି, ଶିଶୁର ପାଳନପୋଷଣ ଏବଂ ଦେଶର ଶକ୍ତି ବୃଦ୍ଧିରେ ମହିଳାଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ ।

Leave a Reply

Your email address will not be published. Required fields are marked *