Pratidin TV

Odisha's Digital News Platform

ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ

1 min read

ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆର ଜେବେ ଯୁବକଙ୍କୁ ମିଳିଛି ମୃତ୍ୟୁ ଦଣ୍ଡ | ୭0ରୁ ଅଧିକ ଫିଲ୍ମ ଦେଖିବା ସହ ୩ଟି ଫିଲ୍ମ ଦେଖିବା ଯୁବକଙ୍କୁ ପଡିଛି ମହଙ୍ଗା | ଯେଉଁ କାରଣରୁ ୨0୨୨ରେ ସର୍ବ ସମ୍ମୁଖରେ ଉତ୍ତର କୋରିଆର ଜଣେ ଯୁବକଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା | ଏନେଇ ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ କରଯାଇଛି |

ତେବେ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଦକ୍ଷିଣ ୱାଙ୍ଘବା ଦେଶର ଏହି ଯୁବକ ଦକ୍ଷିଣ କୋରିଆର ୭0ରୁ ଅଧିକ ଗୀତ ଶୁଣିବା ସହ ୩ଟି ଫିଲ୍ମ ଦେଖିଥିଲେ | ଏହାସହ ଏହି ସମସ୍ତ ଫିଲ୍ମ ଏବଂ ଗୀତକୁ ସେୟାର ମଧ୍ୟ କରିଥିଲେ | ତେବେ ଉତ୍ତର କୋରିଆ ଆଇନରେ ପ୍ରତିକ୍ରିୟାବାଦୀ ସଂମ୍କୃତି ଏବଂ ବିଚାରଧାରା ପ୍ରତି ପ୍ରତିବନ୍ଧକ ଲଗାଇଥିବା କାରଣରୁ ଏହି ଯୁବକ ଜଣକ ଦେଶର ଆଇନକୁ ଉଲଘଂନ କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ | ବିଭିନ୍ନ ବିଦେଶୀ ସଂସ୍କୃତି ଓ ସୂଚନା ପ୍ରଭାବକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଉତ୍ତର କୋରିଆ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୃକ୍ତ ଯୁବକଙ୍କୁ ସର୍ବସମ୍ମୁଖରେ ଫାଶୀ ଦିଆଯାଇ ଏହି ଚରମ ପଦକ୍ଷପ ନିଆଯାଇଥିଲା ବୋଲି ଦକ୍ଷିଣ କୋରିଆ ଦାବି କରିଛି |

Advertisement

କେବଳ ଏତିକି ନୁହେଁ କୌଣସି ଜିନିଷକୁ ଆପଣାଇଲେ ଉତ୍ତର କୋରିଆରେ ଦିଆଯାଉଛି ଦଣ୍ଡ | ସେଥିପାଇଁ ପ୍ରତ୍ୟକଟି ଲୋକଙ୍କର ଫୋନକୁ ଚେକିଂ କଡାକଡି କରାଯାଉଛି | ଏହାଛଡା ଟାଇଟ ଜିନ୍ସ ପିନ୍ଧିବା, ସନଗ୍ଳାସ ବ୍ୟବହାର, କେଶ କଲର କରିବା ଆଦିକୁ ମଧ୍ୟ ଜୋରସୋରରେ ପ୍ରତିବାଦ କରାଯାଇଛି |

Leave a Reply

Your email address will not be published. Required fields are marked *