Pratidin TV

Odisha's Digital News Platform

ବିରଳ ଘଟଣା : ଏକା ସାଙ୍ଗରେ ୩୦ ଜଣ ବଡ ଅଫିସରଙ୍କୁ ରାଷ୍ଟ୍ରପତି ଦେଲେ ମୃତ୍ୟୁଦଣ୍ଡ..

1 min read

ଏମିତି କି ଭୁଲ କରିଦେଲେକି ଏକାବେଳେ ୩୦ ଜଣଙ୍କୁ ମୃତ୍ୟଦଣ୍ଡ  । ସେମାନେ   ପୁଣି ଏମିତି ସେମିତି ଲୋକ ନୁହେଁ ସମସ୍ତେ ସରକାରୀ ବରିଷ୍ଠ ଅଧିକାରୀ । ୩୦ ଜଣ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ମିଳିଛି ମୃତ୍ୟଦଣ୍ଡ । ଯାହାକୁ ଶୁଣିବା ପରେ ସାରା ବିଶ୍ୱବାସୀ ଚକିତ ହୋଇଯାଇଛନ୍ତି  । ଏକାଥରେ ଏତେ ସଂଖ୍ୟକ ଅଧିକାରୀଙ୍କୁ କାହିଁକି ମୃତ୍ୟଦଣ୍ଡ     ଏବଂ ସେମାନେ ଏମିତି କି ଭୁଲ କରିଦେଲେ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ସାଧାରଣତଃ ଜଘନ୍ୟ କାଣ୍ଡ ଘଟାଇଲେ କିମ୍ବା ସେଭଳି ବଡ ଅପରାଧ ଘଟାଇଲେ ମୃତ୍ୟୁ ଦଣ୍ଡ ମିଳିଥାଏ । କିନ୍ତୁ ଏକାବେଳେ ୩୦ ଜଣ ଲୋକେ ସେମାନେ ପୁଣି ସରକାରୀ ଅଧିକାରୀ ରହିଥିଲେ । ତେବେ କାହିଁକି ସେମାନଙ୍କୁ ମୃତ୍ୟଦଣ୍ଡ      ମିଳିଛି ତାହା ଜାଣି ଆପଣ ବି ତାଜୁବ ହୋଇଯିବେ । ଉତ୍ତର କୋରିଆର ତାନାଶାହ ତଥା କ୍ରୁର ରାଷ୍ଟ୍ରପତି ଭାବେ ପରିଚିତ କିମ୍‌ ଜଙ୍ଗ ଉନ୍‌ ଏଭଳି ବିସ୍ମିତ କରିବା ଭଳି ଦଣ୍ଡାଦେଶ ଶୁଣାଇଛନ୍ତି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ କି ଦୁଇ ଜଣ ନୁହେଁ ୩୦ ଜଣ ସରକାରୀ ଅଧିକାରୀଙ୍କୁ ମୃତ୍ୟଦଣ୍ଡ  ଦେବା ପାଇଁ ଘୋଷଣା କରିଛନ୍ତି ।

 ଚଳିତବର୍ଷ ଜୁଲାଇ ମାସରେ ପ୍ରଳୟଙ୍କରୀ ବନ୍ୟା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ଉତ୍ତର କୋରିଆର ନେତା କିମ୍ ଜଙ୍ଗ୍ ଉନ୍ ୩୦ ଜଣ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ବନ୍ୟାରେ ବିଶେଷ କରି ଚାଗାଙ୍ଗ ପ୍ରଦେଶରେ ୪,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବା  ସହିତ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଦକ୍ଷିଣ କୋରିଆର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଦକ୍ଷିଣ କୋରିଆର ଏକ ନ୍ୟୁଜ୍  ରିପୋର୍ଟ ଅନୁଯାୟୀ, ଗତ ମାସ ଶେଷ ଆଡ଼କୁ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ଅଧିକାରୀମାନଙ୍କ ବିରୋଧରେ ଦୁର୍ନୀତି ଓ ଦାୟିତ୍ବରେ ଅବହେଳା ଅଭିଯୋଗ ରହିଥିଲା। ଚାଗାଙ୍ଗ ପ୍ରଦେଶର ପୂର୍ବତନ ଦଳୀୟ ସମ୍ପାଦକ କାଙ୍ଗ ବଙ୍ଗ-ହୁନଙ୍କ ବିରୋଧରେ ମଧ୍ୟ ତଦନ୍ତ ଚାଲିଛି। ଉତ୍ତର କୋରିଆ ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି (କେସିଏନ୍ଏ) ଜରିଆରେ କିମ୍ ଜଙ୍ଗ୍ ଉନ୍ ଜାରି କରିଥିବା ଆଦେଶ ଅନୁଯାୟୀ, ଯେଉଁମାନେ ବିପର୍ଯ୍ୟୟ ନିବାରଣ ଦାୟିତ୍ବକୁ ଅବହେଳା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡ଼ିବ। କିମ୍ ବ୍ୟକ୍ତିଗତ ଭାବେ ବନ୍ୟା ପ୍ରଭାବିତ ଜିଲ୍ଲା ଗସ୍ତ କରିଥିବା ବେଳେ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। କେସିଏନ୍‌ଏର ରିପୋର୍ଟ ଅନୁଯାୟୀ, ଭୟଙ୍କର ବନ୍ୟା ବିପର୍ଯ୍ୟୟ ପାଇଁ ଯେଉଁ ଅଧିକାରୀମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ାକଡ଼ିଭାବେ ଦଣ୍ଡିତ କରିବା ଲାଗି କିମ୍‌ ନିର୍ଦ୍ଦେଶ ଦେଇଥିଲେ। 

Leave a Reply

Your email address will not be published. Required fields are marked *