Pratidin TV

Odisha's Digital News Platform

ସାରା ନୁହେଁ ଏବେ ଏହି ଅଭିନେତ୍ରୀଙ୍କୁ ନେଇ ଲଣ୍ଡନ ବୁଲୁଛନ୍ତି କ୍ରିକେଟର ଶୁଭମନ ଗିଲ!

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟର୍ ଶୁଭମନ ଗିଲ୍ ଏବଂ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା । କେତେବେଳେ ସାରାଙ୍କ ସହ ଗିଲ୍ ନଜର ଆସୁଛନ୍ତି ତ ଆଉ କେତେବେଳେ ବ୍ରେକ୍‌ଅପ୍ କୁ ନେଇ । ଆଉ ଏହାକୁ ନେଇ ମୁହଁ ଖୋଲିଥିଲେ ସାରା ତେନ୍ଦୁଲକର । କାରଣ ଖୋଲାଖୋଲି ଭାବେ ତାଙ୍କ ନାଁ ରେ ଏକ ଅବିକଳ ଆକାଉଣ୍ଟ ଖୋଲାଯାଇ ଗିଲ୍‌ଙ୍କ ସହ ତାଙ୍କୁ ଯୋଡାଯାଇଥିଲା । ଏବେ କିନ୍ତୁ ଲଣ୍ଡନରେ ସମୟ ବିତାଉଛନ୍ତି ଶୁଭମନ ଗିଲ୍ । ବିଶ୍ୱକପ୍ ପରାଜୟ ପରେ ଲଣ୍ଡନରେ ଅଛନ୍ତି ଗିଲ୍ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସାରାଙ୍କୁ ଛାଡି ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହିତ ନଜର ଆସିଛନ୍ତି ଶୁଭମନ୍ ଗିଲ୍ । ଅଭିନେତ୍ରୀ ଅଭନୀତ କୌରଙ୍କ ସହ ଶୁଭମନଙ୍କ ଫଟୋ ଏବେ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅତୀତରେ ଶୁଭମନ୍ ସାରା ତେନ୍ଦୁଲକରଙ୍କୁ ଡେଟ୍ କରୁଥିବା ନେଇ ଗୁଜବ ଥିଲା । କିନ୍ତୁ ଏ ନେଇ ଦୁହେଁ କେବେ ଖୁଲାସା କରିନଥିଲେ । ଏବେ ଅଭିନେତ୍ରୀଙ୍କ ସହ ନଜର ଆସିବା ପରେ ସାରାଙ୍କ ସହ ବ୍ରେକ୍‌ଅପ୍ ଚର୍ଚ୍ଚାକୁ ଆହୁରି ବଢାଇ ଦେଇଛି ।

Leave a Reply

Your email address will not be published. Required fields are marked *