Pratidin TV

Odisha's Digital News Platform

କିଣିବାକୁ ଚାହୁଁଛନ୍ତି କି ସୁନା? ଗୁରୁବାର ଏହା ଦର କେତେ ରହିଛି ଜାଣନ୍ତୁ..

ଭୁବନେଶ୍ୱର : ନଭେମ୍ବର ମାସ ଆରମ୍ଭ ହୋଇ ସାରିଛି । ଏହି ମାସରେ ଧନତେରସ୍ ଦୀପାବଳୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବ ଆସୁଛି । ଏହି ପର୍ବଗୁଡ଼ିକ ପୂର୍ବରୁ ସୁନା ବଜାରରେ ହ୍ରାସ ପାଇବାରେ ଲାଗିଛି । ଗୁରୁବାର ଅର୍ଥାତ ନଭେମ୍ବର ୨ରେ ଭାରତୀୟ ବଜାରରେ ସୁନା ଦର ସାମାନ୍ୟ କମ ରହିଛି । ଯଦି ଆପଣ କିଣିବାକୁ ଚାହୁଁଛନ୍ତି ତେବେ ନଜର ପକାନ୍ତୁ ଆଜି ସୁନାରୂପାର ମୂଲ୍ୟ କେତେ ରହିଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୦୦ ଟଙ୍କା ହ୍ରାସ ପାଇଛି । ଏହା ସହିତ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି ।

ଓଡିଶାର ରାଜଧାନୀ ଭୁବନେଶ୍ୱରରେ ନଭେମ୍ବର ୨ ରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୫୬,୪୦୦ ଟଙ୍କା ଓ ୨୪ କ୍ୟାରେଟ ୧୦ ଗ୍ରାମ ସୁନାର ମୂଲ୍ୟ ୬୧,୫୩୦ ଟଙ୍କା ରହିଛି । ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୪୦୦ଟଙ୍କା ଓ ୬୧,୫୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୬,୫୫୦ ଟଙ୍କା ଓ ୬୧,୬୮୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୬,୮୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୨,୦୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୬,୪୦୦ ଟଙ୍କା ଓ ୬୧,୫୩୦ ଟଙ୍କା ରହିଛି । ସେହିପରି ରୁପା ମୂଲ ୧ କିଲୋଗ୍ରାମ ପ୍ରତି ୭୪,୧୦୦ଟଙ୍କା ରହିଥିବା ନେଇ ହୋଇଛି ।

Leave a Reply

Your email address will not be published. Required fields are marked *