Pratidin TV

Odisha's Digital News Platform

ସରକାରୀ ସ୍କୁଲରେ ପାଠ ପଢାଇବ AI – ରାଜ୍ୟପାଳ ରଘୁବର ଦାସ୍ ।

1 min read

ଏଣିକି ସରକାରୀ ସ୍କୁଲରେ ପାଠ ପଢାଇବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ( AI)। ପ୍ରାୟ ୮୦୦ ସରକାରୀ ବିଦ୍ୟାଳୟକୁ ପିଏମଶ୍ରୀ ବିଦ୍ୟାଳୟରେ ପରିଣତ କରାଯିବ ବୋଲି ଆଜି ସୂଚନା ଦେଇଛନ୍ତି ରାଜ୍ୟପାଳ ରଘୂବର ଦାସ୍ । ଏହାସହ ରାଜ୍ୟରେ ଥିବା ସମସ୍ତ ସରକାରୀ ଆଇଟିଆଇ କଲେଜଗୁଡିକର ଭିତ୍ତିଭୂମି ଓ ପାଠ୍ୟକ୍ରମ ବୃଦ୍ଧି ଉପରେ ଆଧୁନୀକିକରଣ କରାଯିବ ।
ଓଡିଶାରେ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଏସବୁ ଅତ୍ୟାଧୁନିକ ପ୍ରଣାଳୀକୁ ଅନ୍ତଗର୍ତ କରାଯାଉଛି ।

ପ୍ରାକ୍ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ଗୁଡିକର ବିକାଶ କରାଯିବ ।
ଅଙ୍ଗନୱାଡିକୁ ୨୦୩୦ ସୁଦ୍ଧା ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ
ପ୍ରତି ସରକାରୀ ସ୍କୁଲରେ କମ୍ପ୍ୟୁଟର ଲ୍ୟାବ୍ ସୁବିଧା ରହିବ ।
NEP ଅନୁଯାୟୀ ଷଷ୍ଠ ଶ୍ରେଣୀରୁ କୋଡିଂ କ୍ଲାସ ହେବ ।
ବିଦ୍ୟାଳୟମାନଙ୍କରେ କାଉନସେଲିଂ ସେଣ୍ଟର ପ୍ରତିଷ୍ଠା କରାଯିବା ସହ ନବମ ଶ୍ରେଣୀରୁ କ୍ୟାରିଅର କାଉନସେଲିଂ ସୁବିଧା ରହିବ ।
ଜନଜାତି ଛାତ୍ରଛାତ୍ରୀ ପାଖକୁ ପାଠାଗାର ପଠାଇବା ପାଇଁ ଲାଇବ୍ରେରୀ ଅନ ହୁଇଲ କାର୍ୟ୍ୟକ୍ରମ ଆରମ୍ଭ କରିବେ ସରକାର
ନୂଆ କ୍ରୀଡାନୀତି ଆସିବ, କ୍ରୀଡ଼ାବିତଙ୍କୁ ପ୍ରଶିକ୍ଷଣ ଦିଆଯିବା ପାଇଁ କ୍ରୀଡା ଏକାଡେମୀ ଓ ନର୍ସରୀ ପ୍ରତିଷ୍ଠା କରାଯିବ
ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ

ଅନ୍ୟପଟେ
୨୦୨୭ ସୁଦ୍ଧା ପୃଷ୍ଟିହୀନତା ହ୍ରାସ କରାଯିବ
ଅନୁସୂଚିତ ଅଂଚଳକୁ ପଂଚାୟତ ସମ୍ପ୍ରସାରଣ କରିବା ପାଇଁ ପେଶା ଆଇନକୁ କାର‌୍ୟ୍ୟକାରୀ କରାଯିବ
ଶିଳ୍ପ କ୍ଷେତ୍ରରେ ୨୦୨୯ ସୁଦ୍ଧା ୩ ଲକ୍ଷ ୫୦ ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ
୨୦୨୭ ସୁଦ୍ଧା ପୃଷ୍ଟିହୀନତା ହ୍ରାସ କରାଯିବ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୧୦ ଲକ୍ଷ, ସହରାଞ୍ଚଳରେ ୫ ଲକ୍ଷ ଘର କରିବାକୁ ଲକ୍ଷ ରଖାଯାଇଛି
ଉପକୂଳ ଅଂଚଳରେ ବାତ୍ୟା ପ୍ରଭାବ କମାଇବାକୁ ଉପକୁଳ ଅଂଚଳରେ ୪୮୦ କିଲୋମିଟର ବନିକରଣ କାର‌୍ୟ୍ୟକ୍ରମ ହାତକୁ ନେବେ

Leave a Reply

Your email address will not be published. Required fields are marked *