Pratidin TV

Odisha's Digital News Platform

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ବଡ ଖବର ; ଏଣିକି ଓଡିଆରେ ହେବ ‘CAPF’ ର ସମସ୍ତ ପରୀକ୍ଷା

1 min read

ନୂଆଦିଲ୍ଲୀ ; ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଆସିଲା ବଡ ଖୁସିଖବର । ଏଣିକି ଓଡିଆରେ ଦେଇପାରିବେ ‘CAPF’ ( CENTRAL ARMED POLICE FORCES ) ର ସମସ୍ତ ପରୀକ୍ଷା । ଏହି ପରୀକ୍ଷା ବର୍ତ୍ତମାନ ୧୩ଟି ଆଞ୍ଚଳିକ ଭାଷାରେ ହେବା ଓଡିଆ ସମେତ ଅନ୍ୟ ୧୩ଟି ଭାଷାରେ ପରୀକ୍ଷା କରିବା ପାଇଁ ମିଳିଛି ମଞ୍ଜୁରୀ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । କନଷ୍ଟେବଳ ପଦବୀରେ ନିୟୋଜିତ ପାଇବା ପାଇଁ ଏହି ପରୀକ୍ଷାକୁ ନିଜ ଭାଷାରେ ଦେଇପାରିବେ ପରୀକ୍ଷାର୍ଥୀ ।

ହିନ୍ଦୀ, ଇଂରାଜୀ ବ୍ୟତୀତ ଅସମିୟା, ବଙ୍ଗଳା, ଗୁଜୁରାଟୀ, ମରାଠୀ, ମାଲୟାଲମ୍, କନନ୍ଡ, ତାମିଲ ଏବଂ ତେଲୁଗୁ ପରି ଭାଷା ମଧ୍ୟ ସାମିଲ ରହିଛି । ସେହିପରି ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ମଧ୍ୟ ପରୀକ୍ଷା କରାଇବାକୁ ମଞ୍ଜୁରୀ ମିଳି ସାରିଛି । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୂତାବକ ‘CAPF’ ର ସ୍ଥାନୀୟ ଯୁବକ ନିଯୁକ୍ତି ଓ ଆଞ୍ଚଳିକ ଭାଷାର ବିକାଶ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ଏହି ନିଷ୍ପତ୍ତି ନେଇଛନ୍ତି ।

Advertisement

‘CAPF’ ରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) , ବର୍ଡର ସୁକୁ୍ୟରିଟି ଫୋର୍ସ (ବିଏସଏଫ୍), ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକୁ୍ୟରିଟି ଫୋର୍ସ (ସିଆଇଏସଏଫ୍ ),ଇଣ୍ଡୋ –ତିବେତାନ ବର୍ଡର ଫୋର୍ସ (ଆଇଟିବିପି),ସଶସ୍ତ୍ର ସୀମା ବଳ (ଏସ୍ଏସବି) ଏବଂ ନ୍ୟସନାଲ ସିକୁ୍ୟରିଟି ଗାର୍ଡ (ଏନ୍ଏସ୍ଜି) , ଆସାମ୍ ରାଇଫଲ୍ସ (ଏଆର୍) ପଦ ରହିଛି ।

Leave a Reply

Your email address will not be published. Required fields are marked *