ଏଣିକି କାଠରେ ନୁହେଁ ଗୋବର ଘସିରେ କରାଯିବ ସ୍ୱର୍ଗଦ୍ୱାରରେ ଶବ ସତ୍କାର…
1 min readଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବଦାହ । ପୁରୀ ସ୍ୱର୍ଗଦ୍ୱାରରରେ ଏଭଳି କରାଯିବ ଶବ ସତ୍କାର ।ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋବରକୁ ଶବ ଦାହରେ ବ୍ୟବହାର କରାଯାଏ। ଏହାଦ୍ୱାରା କାଠ ବଦଳରେ ଗୋବରରେ ତିଆରି କାଠରେ ଶବ ଦାହ ହେବ। ସରକାର ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ବିଚାର ବିମର୍ଶ କରି ସ୍ୱର୍ଗଦ୍ୱାରରୁ ଏହି ପଦକ୍ଷେପ ନେବେ ସରକାର |
ଏହା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଯେଉଁମାନେ ପରିଚାଳନା ଦାୟିତ୍ୱରେ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ | ଗୋ ମୁତ୍ର ଓ ଗୋବରର ସଦୁପଯୋଗ ପାଇଁ ସରକାର ଚିନ୍ତା କରୁଛନ୍ତି | ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧିକୁ ବି ସରକାର ଗୁରୁତ୍ଵ ଦେଉଛନ୍ତି | ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ କମିଟି ଗଠିତ ହେବ| ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ