ମୟୁରଭଞ୍ଜ ଓ ବାଲେଶ୍ୱରରେ ବନ୍ୟା ନିଶ୍ଚିତ କଲା SRC
1 min readଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ପ୍ରଭାବରେ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଜଟିଳ ହୋଇ ପଡିଛି । ହୀରାକୁଦର ଜଳସ୍ତର କମୁଥିଲେ ମଧ୍ୟ ତଳିଆ ଅଞ୍ଚଳରେ ଲୋକେ ନାହିଁ ନଥିବା ହିନସ୍ଥାର ସମ୍ମୁଖିନ ହେଉଛନ୍ତି । ଘରଦ୍ୱାରରେ ପାଣି ପଶି ଆସବାବ ପତ୍ର ନଷ୍ଠ ହୋଇଯିବା ସହ ଘରେ ପାଦ ଦେଇପାରୁନାହାନ୍ତି ଲୋକେ । ଏପରି ପରିସ୍ଥିତିରେ ବିପଦ ଆହୁରୀ ଟଳିନୀ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା । ତାଙ୍କ କହିବା ମୁତାବକ ,ନିକଟରେ ୧୯ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିନତ ହୋଇ ମୟୁରଭଞ୍ଜ ,ବାଲେଶ୍ୱର,କେନ୍ଦୁଝର ଏବଂ ଝାଡଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖାଦେଇଛି । ତେବେ ଏହାପ୍ରଭାବରେ ରାଜ୍ୟଗୁଡିରେ ବନ୍ୟା ପରିସ୍ଥିତି ନିଶ୍ଚିତ ଦେଖାଦେବ ବୋଲି କହିଛନ୍ତି ପ୍ରଦୀପ ।
ଗାଲୁଡିହ ବ୍ୟାରେଜରୁ ୧୬ ଟି ଗେଟ୍ ଖୋଲାଯାଇଛି । ଯାହାଫଳରେ ବର୍ତ୍ତମାନ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଛି । ତେଣୁ ସୁବର୍ଣ୍ଣରେଖା ଅବବାହିକାରେ ବନ୍ୟା ନିଶ୍ଚିତ ଦେଖାଦେବ ବୋଲି ଅନୁମାନ କରାଯାଇଛି ।ଏନେଇ ପ୍ରାୟ ୫୮ଟି ଅତିରିକ୍ତ ରେସ୍କ୍ୟୁ ଟିମ୍ ୨ ଜିଲ୍ଲାକୁ ଯାଇଛନ୍ତି । ଏସଆରସି କହିଛନ୍ତି ଯେ ବନ୍ୟା ହେବ ,କିନ୍ତୁ ଏଥିରେ ଯେପରି କାହାର ଜୀବନହାନି ନହେବ ,ତାହା ଆମର ପ୍ରାଥମିକ ଦାୟିତ୍ୱ ।