ଭଲ ନିଦ ପାଇଁ ସ୍ଲିପ୍ ଡିଭୋର୍ସ ନେଇପାରିବେ ସ୍ୱାମୀ-ସ୍ତ୍ରୀ , ଜାଣନ୍ତୁ ପୁରା ନିୟମ ..
1 min readଭଲ ନିଦ ପାଇଁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ର । ଆପଣଙ୍କୁ ଏ କଥା ହୁଏତ ଆଶ୍ଚର୍ଯ୍ୟ କରିପାରେ । କିନ୍ତୁ ଏହା ସତ । ଏ ଛାଡପତ୍ରରେ କିନ୍ତୁ ରହିବ ଏଭଳି କିଛି ନିୟମ । ଏଥିରେ ସ୍ୱାମୀ ସ୍ତ୍ରୀ କିନ୍ତୁ ପରସ୍ପରକୁ ସମ୍ପୂର୍ଣ୍ଣ ରୂପେ ଛାଡିବେ ନାହିଁ ବରଂ ଉଭୟଙ୍କର ସହମତିକ୍ରମେ ଅଲଗା ଅଲଗା ଶୋଇବେ । ଏଥିପାଇଁ ଉଭୟଙ୍କର ସହମତି ସହ କୋର୍ଟର ସହମତିପତ୍ର ଦାଖଲ କରିବାକୁ ପଡିବ ।
ସ୍ୱାମୀ ସ୍ତ୍ରୀ ଏକାଠି ଶୋଉନାହନ୍ତି ଅର୍ଥାତ୍ ତାଙ୍କ ମଧ୍ୟରେ ସର୍ମ୍ପକ ଭଲନାହିଁ ଏ ପ୍ରକାରର ଏକ ଧାରଣା ଭାରତରେ ପ୍ରଚଳିତ । କିନ୍ତୁ ଆମେରିକା ସହ ୧୭ ଦେଶରେ ସ୍ଲିପ୍ ଡିଭୋର୍ସ ବା ନିଦ ପାଇଁ ଅଲଗା ଶୋଉଥିବା ଉପାୟକୁ ଆପଣା ଯାଉଛି । ଏହାର ବିଭିନ୍ନ କାରଣ ରହୁଛି । କ୍ରାମ୍ବ୍ରେଜ୍ ବିଶ୍ୱବିଦ୍ୟାଳୟରେ ୨୦୧୯ର ତଥ୍ୟ ଅନୁଯାୟୀ ୪୦ ପ୍ରତିଶତ ଦମ୍ପତି ରାତିରେ ଭଲରେ ଶୋଇ ପାରୁନାହନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ତୃତୀୟାଶଂ ମହିଳା ସ୍ୱାମୀଙ୍କର ଘୁଘୁଡି ଯେଅଗୁ ଶୋଇପାରୁନାହନ୍ତି । ଏଭଳି କିଛି ତଥ୍ୟ ବର୍ତ୍ତମାନ ସାମ୍ନାକୁ ଆସିଛି । ମହିଳାମାନେ ସକାଳୁ ଶୀଘ୍ର ଉଠିବା ପାଇଁ ସେମାନେ ଲଗାଉଥିବା ଆଲାରାମ୍ କାରଣରୁ ଏକ ତୃତିୟାଶଂ ପୁରୁଷ ରାତିରେ ଭଲନିଦ୍ରାରେ ଶୋଇପାରୁନାହନ୍ତି ।
ସେଥିପାଇଁ ଏକ ନୂତନ ବ୍ୟବସ୍ଥା ଭାବରେ ସ୍ଲିପ୍ ଡିଭୋର୍ସକୁ ଆପଣାଯାଉଛି । ଏ ଉପାୟ କରିବା ପାଇଁ ୭ ଦିନ ପରସ୍ପର ସ୍ୱାମୀ ସ୍ତ୍ରୀ କଥାହେବେ ଏବଂ ଉଭୟଙ୍କ ସହମତି କ୍ରମେ ନିଷ୍ପତ୍ତି ନେବେ । ଏ ନିଷ୍ପତ୍ତି ଅନୁଯାୟୀ କେବଳ ଶୋଇବା ସମୟରେ ଉଭୟ ଗୋଟିଏ ବେଡରୁମ୍ରେ ଅଲଗା ଅଲଗା ଖଟରେ ଶୋଇବା କିମ୍ବା ଘରେ ଯଦି ଅଧିକ ରୁମ୍ ଅଛି ସେଠାରେ ମଧ୍ୟ ଯାଇ ଶୋଇପାରିବେ । ଏହି ନୂଆ ନିୟମ ବଳି ଜାରିକରାଯାଇଛି ।
ସ୍ଲିପ୍ ଡିଭୋର୍ସ-
ଆରାମଦାୟକ ନିଦ ପାଇଁ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଶୋଇବାକୁ ସ୍ଲିପ୍ ଡିଭୋର୍ସ କୁହାଯାଏ ।