Pratidin TV

Odisha's Digital News Platform

ରାଜ୍ୟ ସରକାରଙ୍କ ବଡ ଘୋଷଣା ; ଆହୁରୀ ୩ ଟି ଜିଲ୍ଲାରେ ଗଡିବ ମୋ ବସ୍ …

1 min read

ଭୁବନେଶ୍ୱର : ଜନସଂଖ୍ୟ ବୃଦ୍ଧି ଯୋଗୁ ରାଜ୍ୟରେ ଲୋକମାନଙ୍କ ଦୈନନ୍ଦିନ ଆବଶ୍ୟକତା ବୃଦ୍ଧି ପାଉଛି । ଲୋକମାନଙ୍କ ସୁବିଧା ପାଇଁ ରାଜ୍ୟରେ ଆହୁରୀ ୩ ଜିଲ୍ଲାରେ ମୋ ବସ୍ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଏକ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେଉଁଥିରେ ଗଞ୍ଜାମ,ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ଖୁବ୍‌ଶୀଘ୍ର ମୋବସ୍ ଯୋଗାଯିବ ବା ଗଡିବ ବୋଲି ଉଲ୍ଲେଖ ରହିଛି ।

ସେହିପରି ବ୍ରହ୍ମପୁର-ଗୋପାଳପୁର-ଛତ୍ରପୁର-ହିଞ୍ଜିଳିକାଟୁ, ଦିଗପହଣ୍ଡି କ୍ଲଷ୍ଟରରେ ମଧ୍ୟ ଗଡ଼ିବ ମୋ ବସ୍ । ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ପଶ୍ଚିମ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲାର ଲୋକେ ସୁବିଧା ପାଇ ପାରିବେ ।

Leave a Reply

Your email address will not be published. Required fields are marked *