ଭରତପୁର କେସ୍ ପରେ କମିଶନରେଟ୍ ପୋଲିସର ବଡ ଆକ୍ସନ , ଏଣିକି ପୋଲିସ୍ ବାବୁ ପିନ୍ଧିବେ ବଡି କ୍ୟାମେରା ।
1 min readକମିଶନରେଟ୍ ପୋଲିସର ବଡ ପଦକ୍ଷେପ । ଏଣିକି ମିଛ ଧରିବ ୟୁନିଫର୍ମରେ ଲାଗିଥିବା କ୍ୟାମେରା । ଭରତପୁରରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ମାମଲା ପରେ କମିଶନରେଟ୍ ପୋଲିସ ଉଠାଇଛି ବଡ ପଦକ୍ଷେପ । ଏଣିକି ପୋଲିସ୍ ପିନ୍ଧିବେ ବଡି କ୍ୟାମେରା । କୌଣସି ରିପୋର୍ଟ ଲେଖିଲା ବେଳେ କିମ୍ବା ରେଜିଷ୍ଟ୍ରେସନ ମେଣ୍ଟେନ୍ କଲା ବେଳେ ରିସେପସନରେ ବସୁଥିବା ପୋଲିସ୍ ଅଧିକାରୀମାନେ ବଡି କ୍ୟାମେରା ପିନ୍ଧିବେ । ଯାହା ଫଲରେ କିଏ କାର୍ଯ୍ୟରେ ଅବହେଳା କରୁଛି ତାହା ସାମ୍ନାକୁ ଆସିବ।
ଏଥିରେ କେବଳ ଏତଲାକାରୀଙ୍କ ବୟାନ କି କାର୍ଯ୍ୟକଳାପ ରେକର୍ଡ ହେବ ତାହା ନୁହେଁ, ପୋଲିସର ମଧ୍ୟ ବ୍ୟବହାର ରେକର୍ଡ ହେବ । କ୍ୟାମେରାରେ ରେକର୍ଡ ହେଉଥିବା ସବୁ ଦୃଶ୍ୟ ସିଧାସଳଖ ସିପି ଓ ଡିସିପି ଦେଖିପାରିବେ । କୌଣସି ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହେଲେ, ବଡି କ୍ୟାମେରାରେ ଥିବା ପାନିକ ବଟନକୁ ଦବାଇଲେ ଏହା ରେକର୍ଡ ଆରମ୍ଭ ହେବା ସହିତ ସେହି ସମୟର ଦୃଶ୍ୟ ସିଧା କମିଶନରେଟ ପୋଲିସ୍ ପାଖରେ ପହଞ୍ଚିଯିବ ।