Pratidin TV

Odisha's Digital News Platform

ଏଥର ରାତିରେବି ନେଇପାରିବେ ନନ୍ଦନକାନନର ମଜା , ଆରମ୍ଭ ହେଲା ନାଇଟ୍ ଆଉଟ୍ ….

1 min read

ଏବେ ରାତିରେ ବୁଲିପାରିବେ ନ୍ଦନକାନନ ପ୍ରାଣୀ ଉଦ୍ୟାନ । ଆଜିଠୁ ନନ୍ଦନକାନନରେ ଆରମ୍ଭ ହେଉଛି ଫନାଇଟ ଆଉଟ ଆଟ୍ ଜୁ’ । ପ୍ରଥମ କରି ଛୋଟ ପିଲମାନଙ୍କ ପାଇଁ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ନନ୍ଦନକାନନରେ। ପ୍ରତି ରବିବାର ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ ପ୍ରାଣୀ ଉଦ୍ୟାନରେ ନାଇଟ୍ ଆଉଟ୍ ନାମକ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ ହେବ । ଏହା କେବଳ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏକ ଶିକ୍ଷାଗତ କାର୍ଯ୍ୟକ୍ରମ । ଛୋଟ ପିଲାମାନେ ଅନୁମତି ପାଇବା ପରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରାତ୍ରିଚର ଜୀବଙ୍କ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ ।

କେବଳ ରବିବାର ରାତିରେ ବୁଲିହେବ ନନ୍ଦନକାନନ । ୨୦ ଦର୍ଶକ ବୁଲିବାକୁ ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ କିଣି ନନ୍ଦନକାନନ ବୁଲିପାରିବେ । ଏଥିପାଇଁ ଜଣପିଛା ଟିକେଟ ମୂଲ୍ୟ ୨୫୦ ଟଙ୍କା ରହିଛି । ବ୍ୟାଟେରି ଗାଡିରେ ପର୍ଯ୍ୟଟକମାନେ ସଂଧ୍ୟା ସାଢ଼େ ୬ରୁ ରାତି ୮ଟା ଯାଏ ପ୍ରାଣୀ ଉଦ୍ୟାନ ବୁଲିପାରିବେ ।

Advertisement

Leave a Reply

Your email address will not be published. Required fields are marked *