ଏବେ UPI ପରେ ULI ଲଞ୍ଚ କରିବ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ..
1 min readଏବେ UPI ପରେ ULI ଲଞ୍ଚ କରିବ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଲୋନ୍ କ୍ଷେତ୍ରରେ ଏକ ବିପ୍ଳବ ଆଣିବା ପାଇଁ ଆରବିଆଇ ଦେଶରେ ୟୁନିଫାଏଡ୍ ଲ୍ୟାଣ୍ଡିଂ ଇଣ୍ଟରଫେସ୍ (ULI) ଆଣିବାକୁ ଯୋଜନା କରୁଛି । ଯାହାର ବ୍ୟବହାର କରି ସହଜ ଏବଂ ସୁବିଧାରେ ଋଣ ନେବା ସହଜ ହେବ । ସୋମବାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହା ବିଷୟରେ ସୂଚନା ଦେଇଛନ୍ତି । ଋଣ କ୍ଷେତ୍ରରେ କାର୍ଯ୍ୟକୁ ସହଜ ଏବଂ ସୁବିଧାଜନକ କରିବା ଲକ୍ଷ୍ୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗତ ବର୍ଷ ULI ର ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରିଥିଲା ।
ବର୍ତ୍ତମାନ ଏହା ଦିଗରେ ଶୀଘ୍ର କାର୍ଯ୍ୟାରମ୍ଭ କରାଯିବ । ବିଶେଷକରି କ୍ଷୁଦ୍ର ଏବଂ ଗ୍ରାମାଞ୍ଚଳର ଲୋକଙ୍କୁ ସହଜରେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଋଣ ଯୋଗାଇବା ପାଇଁ ଏହି ସମନ୍ୱିତ ଋଣ ପ୍ଲାଟଫର୍ମ ପ୍ରସ୍ତୁତ ହେଉଛି । ଯେହେତୁ UPI ଆରମ୍ଭ ହେବା ପରେ ପେମେଣ୍ଟ ସିଷ୍ଟମରେ ଏକ ବିପ୍ଳବ ହୋଇଥିଲା ଏବଂ ଏହାର ପଦ୍ଧତିରେ ଏକ ବଡ ପରିବର୍ତ୍ତନ ହୋଇଥିଲା, ସେହିଭଳି ଋଣ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଆଶା କରାଯାଉଛି । ଏକ କାର୍ଯ୍ୟକ୍ରମ ସମୟରେ ଏହି ବିଷୟରେ ସୂଚନା ପ୍ରଦାନ କରି ସେଣ୍ଟ୍ରାଲ ବ୍ୟାଙ୍କ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ବ୍ୟାଙ୍କିଂ ସେବାର ଡିଜିଟାଲାଇଜେସନ ଯାତ୍ରା ଜାରି ରଖି ଆମେ ଗତ ବର୍ଷ ଏହି ପ୍ଲାଟଫର୍ମ ବ୍ୟବହାର କରିବା ଆରମ୍ଭ କରିଥିଲୁ । ଯାହା ବିନା ଋଣ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ।ଏହାର ଶୁଭାରମ୍ଭ ପରେ ବିଶେଷକରି କୃଷକ ଏବଂ ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକ (ଏମ୍ଏସ୍ଏମ୍ଇ) ତୁରନ୍ତ ଋଣ ପାଇବାକୁ ସକ୍ଷମ ହେବେ ।