Pratidin TV

Odisha's Digital News Platform

ଭୁବନେଶ୍ୱର : ଚଳଚିତ୍ର ପ୍ରେମୀମାନଙ୍କ ପାଇଁ ଆସିଲା ବଡ ଖବର । ଏସ ଏସ ରାଜାମୌଲାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ଆରଆରଆର ଚଳିତ ବର୍ଷ ସୁରହିଟ୍ ହେବା ସହ ବକ୍ସ ଅଫିସ୍‌ରେ ଅନେକ ପଇସା କମାଇଛି । ଏଷି ଫିଲ୍ମଟି ମାର୍ଚ ୨୪ ରେ ବଡ ପରଦାକୁ ଆସିଥିଲା । ଯାହା ବକ୍ସ ଅଫିସ୍ ରେ ଏକ ଭିନ୍ନ ରେକର୍ଡ ମଧ୍ୟ ସୃଷ୍ଟି କରିପାରିଥିଲା । ତେବେ ଏହି ଫିଲ୍ମଟି ସୁପରହିଟ୍ ହେବାରୁ ଦୀର୍ଘଦିନ ଧରି ହଲ୍‌ରେ ମଧ୍ୟ ଚାଲିଥିଲା ।

କିନ୍ତୁ ବର୍ତ୍ତମାନ ଆରଆରଆର କୁ ଟେଲିଭିଜନରେ ଦେଖିପାରିବେ ଦର୍ଶକ । ସୂଚନା ଅନୁଯାୟୀ ଦର୍ଶକମାନେ ଆଜି ଏହି ଫିଲ୍ମଟିକୁ ସିଧାସଳଖ ଟେଲିଭିଜନ୍ ରେ ଦେଖିପାରିବେ । ତେବେ ଯେଉଁମାନେ ଆଜି ଏହି ଫିଲ୍ମଟିକୁ ଛୋଟ ପରଦାରେ ଦେଖିପାରିବେ ନାହିଁ । ଆଗକୁ ମଧ୍ୟ ଟେଲିଭିଜନରେ ଏହି ଫିଲ୍ମକୁ ସଂପ୍ରସାରଣ କରାଯିବ ।

Leave a Reply

Your email address will not be published. Required fields are marked *