Pratidin TV

Odisha's Digital News Platform

ଏବେ ସିଧା କୁକର୍ମ ଓ ହତ୍ଯା ମାମଲା ଲିଙ୍କରେ ସନ୍ଦୀପ ଘୋଷଙ୍କୁ ଦ୍ଵିତୀୟ ଥର ଗିରଫ କରିଛି ସିବିଆଇ

1 min read

ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନସପାଲ ସନ୍ଦୀପ ଘୋଷ ଗିରଫ । ସିବିଆଇ କଲା ଗିରଫ । ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ଯା ମାମଲାରେ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ । ଦୁଷ୍କର୍ମ ଓ ହତ୍ଯାର ପ୍ରମାଣ ନଷ୍ଟ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହାସହ ସ୍ଥାନୀୟ ଥାନାର ଅଧିକାରୀଙ୍କୁ ମଧ୍ଯ ଗିରଫ କରିଛି ସିବିଆଇ ।

ଘୋଷଙ୍କ ସହ ଗିରଫ ହୋଇଥିବା ଅନ୍ୟ ଜଣେ ପୁଲିସ୍‌ ହେଉଛନ୍ତି ତାଲା ପୁଲିସ ଷ୍ଟେସନର ଷ୍ଟେସନ୍‌ ହାଉସ୍‌ ଅଫିସର୍‌ (ଏସ୍‌ଏଚ୍‌ଓ) ଅଭିଜିତ ମୋଣ୍ଡାଲ। ସୂଚନା ଅନୁଯାୟୀ, ଘୋଷଙ୍କୁ ପୂର୍ବରୁ ଆରଜି କର ଡାକ୍ତରଖାନାରେ ଆର୍ଥିକ ଅନିୟମିତତା ମାମଲାରେ ପୃଥକ ଭାବେ ଗିରଫ କରାଯାଇଥିଲା ଏବଂ ତାଙ୍କର ପଲିଗ୍ରାଫ୍ ପରୀକ୍ଷା ମଧ୍ୟ କରାଯାଇଥିଲା।

Advertisement

ପୂର୍ବରୁ ମେଡିକାଲ କଲେଜର ଦୁର୍ନୀତି ନେଇ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା । ଏହି ଘଟଣା ଆରମ୍ଭରୁ ବିବାଦରେ ଥିଲେ ସନ୍ଦୀପ ଘୋଷ । ସେ ବହୁତ ପାୱାଲ ଫୁଲ ଥିଲେ ଏବଂ ସରକାରଙ୍କ ସହିତ ତାଙ୍କର ଲିଙ୍କ୍ ଥିଲା ବୋଲି ଅଭିଯୋଗ ହୋଇ ଆସୁଥିଲା । ଜୁନିୟର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ପରେ ପ୍ରଥମେ ସେ ଆରଜି କର ମେଡିକାଲ କଲେଜର ପ୍ରିନ୍ସପାଲ ପଦରୁ ଇସ୍ତଫା ଦେଇଥିଲେ । ପରେ ଆଉ ଏକ ମେଡିକାଲ କଲେଜର ଅଧ୍ଯକ୍ଷ ଭାବେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା । ଏହାକୁ ନେଇ ତେଜିଥିଲା ଡାକ୍ତରଙ୍କ କ୍ଷୋଭ । ଆନ୍ଦୋଳନ ଜୋରଦାର ହୋଇଥିଲା । ପରେ ଆସିଥିଲା ଦୁର୍ନୀତି କଥା ଓ ତାଙ୍କୁ ସିବିଆଇ ଗିରଫ କରିଥିଲା । ଏବେ ସିଧା ଦୁଷ୍କର୍ମ ଓ ହତ୍ଯା ମାମଲା ଲିଙ୍କରେ ସନ୍ଦୀପ ଘୋଷଙ୍କୁ ଦ୍ଵିତୀୟ ଥର ଗିରଫ କରିଛି ସିବିଆଇ ।

ଗତ ମାସ ୯ ତାରିଖରେ ଆରଜି କର ଡାକ୍ତରଖାନାରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ତଦନ୍ତ ସମ୍ପର୍କରେ ଅଗ୍ରଗତି ରିପୋର୍ଟ ଦାଖଲ କରିବାକୁ କଲିକତା ହାଇକୋର୍ଟ ସିବିଆଇକୁ ତିନି ସପ୍ତାହ ସମୟ ଦେଇଥିଲେ। ସେପ୍ଟେମ୍ବର ୧୭ ତାରିଖରେ ଏହି ରିପୋର୍ଟ କୋର୍ଟରେ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *