Pratidin TV

Odisha's Digital News Platform

ହ୍ୱାଟ୍‌ସ୍ ଆପ୍‌ର ନୂଆ ଫିଚର୍ସ : ‘ଡିଲିଟ୍ ଫର ମି’ କରିଥିଲେ ପୁଣି ଫେରାଇ ଆଣିହେବ ମେସେଜ୍

ଭୁବନେଶ୍ୱର : ବର୍ତ୍ତମାନର ସ୍ମାର୍ଟ ଫୋନ ଯୁଗରେ ମୋବାଇଲ ଯେପରି ଲୋକମାନଙ୍କ ପାଇଁ ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ସକାଳୁ ଉଠିଲେ ଫୋନ , ଖାଇଲାବେଳେ ଫୋନ, ବାଥରୁମଗଲେ ଫୋନ ଲୋକମାନେ ନିଜ ମୋବାଇଲକୁ ଗୋଟିଏ ମିନିଟ୍ ପାଇଁ ମଧ୍ୟ ନିଜଠୁ ଅଲଗା ହେବାକୁ ଦିଅନ୍ତି ନାହିଁ । ତେବେ ଏସବୁ ଭିତରେ ମୋବାଇଲର ହ୍ୱାର୍ଟସପ୍ ମଧ୍ୟ ଲୋକମାନଙ୍କ ଯୋଗାଯୋଗର ଏକ ବଡ ମାଧ୍ୟମ ପାଲଟିଛି । ପରିବାରଠୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ ସବୁ ସମ୍ପର୍କକୁ ବର୍ତ୍ତମାନ ବାନ୍ଧି ରଖିଛି ହ୍ୱାର୍ଟଆପ୍ । ତେବେ ଚାଲନ୍ତୁ ଜାଣିବା ଏହି ବଡ ଭାର ବହନ କରୁଥିବା ହ୍ୱାର୍ଟଆପ୍ ନିଜର ଏକ ନୂଆ ଫିଚର୍ସ ଆଣିଛି । ଯାହକୁ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ହ୍ୱାର୍ଟଆପ୍ ନିଜର ଆକ୍ସିଡେଣ୍ଟାଲ ଡିଲିଟ୍ ସୁବିଧା ଆରମ୍ଭ କରିଛି । ଅଜାଣତରେ କୌଣସି ବ୍ୟକ୍ତି କିମ୍ବା ଗ୍ରୁପ୍ରେ ପୋଷ୍ଟ ହୋଇଯାଉଥିବା ମେସେଜ୍କୁ ଡିଲିଟ୍ କରିବା (ହଟାଇବା) ଲାଗି ଏହାକୁ ବ୍ୟବହାର କରାଯାଉଛି।

ବ୍ୟବହାରକାରୀମାନଙ୍କୁ ଅସୁବିଧାଜନକ ସ୍ଥିତିରୁ ମୁକୁଳାଇବା ଲାଗି ପୂର୍ବରୁ ‘ଡିଲିଟ୍ ଫର ମି’ ଓ ‘ଡିଲିଟ୍ ଫର ଏଭ୍ରିୱାନ୍’ ଭଳି ଦୁଇଟି ସ୍ବତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଛି।ଅନେକ ସମୟରେ ଲୋକମାନେ ତରବରିଆ ଭାବେ ମେସେଜ୍କୁ ଡିଲିଟ୍ କରିବାକୁ ଯାଇ ‘ଡିଲିଟ୍ ଫର ମି’ରେ କ୍ଲିକ୍ କରୁଛନ୍ତି। ଏହା ଦ୍ବାରା ନିଜ ଆପ୍ରୁ ମେସେଜ୍ଟି ହଟିଗଲେ ମଧ୍ୟ ସେ ଯାହାକୁ ମେସେଜ୍ ପଠାଇଛନ୍ତି ତାଙ୍କ ପାଇଁ ଡିଲିଟ୍ ହୁଏନାହିଁ। ଏଭଳି ସ୍ଥିତିରେ ମେସେଜ୍କୁ ସମସ୍ତଙ୍କ ପାଇଁ ଡିଲିଟ୍ କରିବାର କୌଣସି ସୁବିଧା ଆଉ ବ୍ୟବହାରକାରୀଙ୍କୁ ମିଳେନାହିଁ। ଏହି ଗମ୍ଭୀର ଅସୁବିଧାକୁ ଦୂର କରିବା ଲାଗି ‘ଆକ୍ସିଡେଣ୍ଟାଲ୍ ଡିଲିଟ୍’ ସୁବିଧା ଆରମ୍ଭ କରାଯାଇଛି।

ସମସ୍ତଙ୍କ ପାଇଁ ମେସେଜ୍କୁ ଡିଲିଟ୍ କରିବା ଲାଗି ଚାହୁଥିବା ବ୍ୟକ୍ତି ଯଦି ଭୁଲବଶତଃ ତାହାକୁ ‘ଡିଲିଟ୍ ଫର ମି’ ବ୍ୟବହାର କରି ଡିଲିଟ୍ କରନ୍ତି, ତେବେ ସେହି ମେସେଜ୍କୁ ସେ ‘ଆକ୍ସିଡେଣ୍ଟାଲ୍ ଡିଲିଟ୍’ ସୁବିଧା ବ୍ୟବହାର କରି ପୁଣି ଫେରାଇ ଆଣିପାରିବେ ଏବଂ ‘ଡିଲିଟ୍ ଫର ଏଭ୍ରିୱାନ୍’ ବ୍ୟବହାର କରି ତାହାକୁ ଡିଲିଟ୍ କରିପାରିବେ। ତେବେ ମେସେଜ୍ ପଠାଇବାର କିଛି ସେକେଣ୍ଡ୍ ପାଇଁ ଏହି ସୁବିଧା ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *