Pratidin TV

Odisha's Digital News Platform

ଆଉ ଶୁଭୁନି କିଚିରୀ ମିଚିରୀ ଶବ୍ଦ ; ଲୋପ ପାଇଲେଣି ଘରଚଟିଆ ।

1 min read

ଭଞ୍ଜନଗର ; ପିଲାଦିନେ ଘର ଚଟିଆର କିଚିରୀ ମିଚିରୀ ଶବ୍ଦରେ ନିଦ ଭାଙ୍ଗୁଥିଲା । ଝିପି ଝିପି ବର୍ଷାରେ ଘରର ଚାଳରୁ ଉଡିଯାଇ ନିଜ ପାଇଁ ଖାଦ୍ୟ ସଂଗ୍ରହ କରୁଥିଲେ ଏମାନେ । ଯାହାର ଦୃଶ୍ୟ ଆଜିବି ଆମ ଆଖିରେ ନାଚି ଉଠୁଛି । ଯାହା ଆମ ପିଲାଦିନର ସ୍ମୃତିକୁ ଆଜି ଜୀବିତ କରାଇଦିଏ । କିନ୍ତୁ ଆଜି ଗାଁ ରୁ ସହର ସବୁଠି କୋଠାଘର ,ଜଙ୍ଗଲକାଟି ବିଲଡିଂ , କୁଆଡେ ହଜିଗଲାଣି ଘରଚଟିଆଙ୍କ କିଚିରୀ ମିଚିରୀ ଶବ୍ଧ ।

ଭାରତ ବର୍ଷ ରେ ବିଭିନ୍ନ ପକ୍ଷୀ ମାନଙ୍କ ମଧ୍ୟରେ ଘର ଚଟିଆ ଅନ୍ୟତମ କହିଲେ ଅତ୍ୟୁକ୍ତି ହେବନାହିଁ । ଏମାନଙ୍କ ସ୍ୱତନ୍ତ୍ରତା ସଂପୂର୍ଣ୍ଣ ନିଆରା ଅଟେ । ଏମାନେ ସାଧାରଣତଃ ଘରର ଐଶାନ୍ୟ କୋଣରେ ବାସ କରିଥାନ୍ତି । କଥାରେ ଅଛି ଘର ଚଟିଆ ଘରେ ବାସ କଲେ ଲଷ୍ମୀ ବାସ କରଥାନ୍ତି । ଘର ଚଟିଆ ଚିତା କୁଟାଇଲେ ଆତ୍ମାର ସ୍ୱର୍ଗ ପ୍ରାପ୍ତି ହୋଇଥାଏ ଆଉ ଘର କୁ ଆସିଲେ ଭାଗ୍ୟ ପରିବର୍ତନ ହୋଇ ଶୁଭଫଳ ମିଳିଥାଏ । ଘର ଚଟିଆ କୃଷକ ମାନଙ୍କର ପରମ ବନ୍ଧୁ ବୋଲି ମଧ୍ୟ କୁହାଯାଏ । ଏହି ବିଶ୍ୱାସ ଯେ, କେବଳ ଆମ ରାଜ୍ୟ ରେ ନୁହେଁ ଏହା ଦେଶର ସବୁ ରାଜ୍ୟ ରେ ରହିଛି ଏହି ଚଟିଆ ସାଧାରଣତଃ ୧୪ ରୁ ୧୫ ସେଣ୍ଟି ମିଟର ପ୍ରଯ୍ୟନ୍ତ ଲମ୍ବ ହେବାସହ ପ୍ରାୟ ୩୦ ରୁ ୩୫ ଗ୍ରାମ ପ୍ରଯ୍ୟନ୍ତ ଓଜନ ହୋଇଥାନ୍ତି । ଯାହାର ମଥା ଓ ଗଳା ଦେଖିବାକୁ ଧୂସର ବର୍ଣ୍ଣ ହୋଇଥାଏ ସେମାନଙ୍କୁ ସ୍ତ୍ରୀ ଘର ଚଟିଆ ଓ ଯେଉଁ ପକ୍ଷୀର ସବୁ ଅଂଶ ଇସତ କଳା ହୋଇଥାଏ ସେମାନଙ୍କୁ ପୁରୁଷ ଘର ଚଟିଆ ବୋଲି କୁହାଯାଏ ।

Advertisement

ଅନ୍ୟପକ୍ଷେ ଏମାନଙ୍କୁ ପ୍ରେମର ପକ୍ଷୀ ବୋଲି ମଧ୍ୟ କୁହାଯାଏ । ବର୍ତ୍ତମାନ ଭାରତ ବର୍ଷରେ ଏହି ପକ୍ଷୀ ମାନଙ୍କର ପ୍ରାୟ ୮୦ ଭାଗ ରୁ ଅଧିକ ବଂଶ ଲୋପ ହେବାକୁ ବସିଲାଣି । ଏହି ଦୃଷ୍ଟି କୋଣ ଓ ପରିସ୍ଥିତି କୁ ତର୍ଜମା କରି ପକ୍ଷୀ ମାନଙ୍କ ସୁରକ୍ଷିତ ପାଇଁ ମାର୍ଚ୍ଚ ୨୦ ତାରିଖ କୁ ବିଶ୍ୱ ଘର ଚଟିଆ ଦିବସ ରୂପେ ପାଳନ କରାଯାଉଛି । ବିଶିଷ୍ଟ ପରିବେଷ୍ଟିନି ମହମଦ ଦିଲୱାରେ ପକ୍ଷୀ ମାନଙ୍କର ସୁରକ୍ଷା ତଥା ରକ୍ଷଣା ବେକ୍ଷଣ ପାଇଁ ୨୦୧୦ ମସିହା ଠାରୁ କୁତ୍ରିମ ବସା ତିଆରି କରି ଦାୟିତ୍ୱ ନେଉଛନ୍ତି । ଆସନ୍ତୁ ଆମେ ମଧ୍ୟ ସମସ୍ତେ ମିଳିମିଶି ପ୍ରକୃତି ରାଣୀ ପାଖରେ ଲୋପ ପାଇଯାଉଥିବା ଏହି ଶୁଭାକାଂକ୍ଷୀ ପକ୍ଷୀ ମାନଙ୍କ କିଚିରୀ ମିଚିରି ରଡି ର ବଂଶ ବୃଦ୍ଧି ପାଇଁ କୁତ୍ରିମ ବସା ତିଆରି କରି ଘର ଚଟିଆ ଙ୍କ ବଂଶ ବୃଦ୍ଧିରେ ସହାୟକ ହେବ।

Leave a Reply

Your email address will not be published. Required fields are marked *