Pratidin TV

Odisha's Digital News Platform

ଭୁଲ ମାନିଲା ଏନ୍‌ଟିଏ , NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ ..

1 min read

 NEET-UG ପରୀକ୍ଷାରେ ହୋଇଛି ବିଭ୍ରାଟ । ଯାହାର ଖୁଲାସା କରିଛି ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ)  । ଜାତୀୟ ପରୀକ୍ଷା ଏଜେନ୍ସି (ଏନ୍‌ଟିଏ) NEET-UG ୨୦୨୪ ପରୀକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛି। ଏନଟିଆର ଅନୁଯାୟୀ ପାଟନା ଏବଂ ଗୁଜରାଟର ଗୋଧ୍ରାସ୍ଥିତ କେତେକ କେନ୍ଦ୍ରରେ ପରୀକ୍ଷାରେ ଅନିୟମିତତା ହୋଇଛି। ଏନେଇ ଏହା ମଧ୍ୟ କହିଛି ଯେ, ସମଗ୍ର ପରୀକ୍ଷା ଏହା ଦ୍ୱାରା ପ୍ରଭାବିତ ହୋଇନାହିଁ।

ଜୁଲାଇଭ ୮ରେ ସୁପ୍ରିମକୋର୍ଟ ଏନ୍‌ଟିଏକୁ ପେପର ଲିକ୍‌ର ଫାଇଦା ଉଠାଇଥିବା ପ୍ରାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ପଚାରିବା ପରେ ଏହି ଆଫିଡେଭିଟ ଆସିଛି।

Leave a Reply

Your email address will not be published. Required fields are marked *