Pratidin TV

Odisha's Digital News Platform

ବିବାଦ ଭିତରେ NTA ର ବଡ ନିଷ୍ପତି , CSIR UGC NET ପରୀକ୍ଷା ସ୍ଥଗିତ

1 min read

ସ୍ଥଗିତ ହେଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ଦ୍ବାରା ଆୟୋଜିତ CSIR (କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ) UGC NET । ଅନିବାର୍ଯ୍ୟ କାରଣବଶତଃ ୱେବପନ ଲଜିଷ୍ଟିକ କାରଣରୁ ସିଏସଆଇଆର ୟୁଜିସି ନେଟ ସ୍ଥଗିତ ରଖାଯାଇଥିବା ସୂଚନା ଦିଆଯାଇଛି। ଏନେଇ NTA ବିଜ୍ଞପ୍ତି ଜାରି କରିଛି |

ସୂଚନା ଅନୁଯାୟୀ, ଜୁନ ୨୫ରୁ ୨୭ ତାରିଖ ମଧ୍ୟରେ ସିଏସଆଇଆର ୟୁଜିସି ନେଟ ପରୀକ୍ଷା କରାଯିବା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା। ଜୁନିଅର ଫେଲୋସିପ ପାଇଁ ହୋଇଥାନ୍ତା ପରୀକ୍ଷା । ଚଳିତ ବର୍ଷ ମୋଟ ୧୧,୨୧,୨୨୫ ପାର୍ଥୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ | ବର୍ତ୍ତମାନ ପରୀକ୍ଷା ତାରିଖ ପରେ ଘୋଷଣା କରାଯିବ । ଏହି ପରୀକ୍ଷା ନେଇ ପରବର୍ତ୍ତୀ ସମୟରେ ନେଇ ନୂଆ ପରୀକ୍ଷା ସୂଚୀ ଜାରି କରାଯିବ | ନୂଆ ପରୀକ୍ଷା ସୂଚୀ NTA ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ | ଏବେ ପୁଣି ଏକ ଜାତୀୟ ସ୍ତରୀୟ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ପିଲାଙ୍କୁ ଏନଟିଏର ଏଭଳି ନିଷ୍ପତ୍ତି ଚିନ୍ତାରେ ପକାଇଛି।

Leave a Reply

Your email address will not be published. Required fields are marked *