Pratidin TV

Odisha's Digital News Platform

ନୂଆଁଖାଇ ପାଇଁ ବିଭିନ୍ନ ଡିଜାଇନ୍ ର ସମ୍ବଲପୁରୀ ଶାଢ଼ୀ ତିଆରିରେ ବ୍ୟସ୍ତ ବୁଣାକାର …


ବୈାଦ୍ଧ: ଆଉ ଦିନ କେଇଟା ପରେ ପାଳିତ ହେବ ନୂଆଖାଇ ପର୍ବ । କାରଣ ଏ ହେଉଛି ପଶ୍ଚିମ ଓଡିଶାର ଏକ ପାରମ୍ପାରିକ ପର୍ବ । ଧୁମ୍ ଧାମରେ ନୁଆ ଖାଇ ପର୍ବ ପାଳନ ପାଇଁ ଗାଁ ଠୁ ସହର ହେଉଛି ଉତ୍ସବ ମୁଖର । ସେଥିପାଇଁ ଏବେଠାରୁ ଚାଲିଲାଣି ସଜବାଜ । ଏବଂ ହାଟ ବଜାର ମାନଙ୍କରେ ଲାଗିଛିନ ଗହଳି ଚହଳି । ତେବେ ନୁଆଖାଇରେ ନୁଆବସ୍ତ୍ର କିଣା କିଣିରେ ବ୍ୟସ୍ତ ରହିଛନ୍ତି ଲୋକମାନେ । ସାଧାରଣତଃ ଏହି ପର୍ବରେ ସମ୍ବଲପୁର ଶାଢୀର ଗୋଟେ ସ୍ୱତନ୍ତ୍ରତା ରହି ଆସିଛି । ସେଥିପାଇଁ ବୈାଦ୍ଧ ଜିଲ୍ଲାର ଶାଢି ଦୋକାନ ମାନଙ୍କରେ ଦେଖିବାକୁ ମିଳୁଛି ବିଭିନ୍ନ ପ୍ରକାରର ସୁନ୍ଦର ସୁନ୍ଦର ସମ୍ବଲପୁରୀ ସାଢୀ । ମଙ୍ଗାରେ ବୁଣା ଚାଲିଛି ରକମ ରକମର ଶାଢ଼ୀ । ବୁଣାକାର ଓ ଶାଢୀ ବେପାରୀ ମାନେ ବେଶ ଦୁଇ ପଇସା ରୋଜଗାର କରିବା ନିମନ୍ତେ ବ୍ୟସ୍ତ ରହିଛନ୍ତି । ଆଉ ଏପଟେ ଗ୍ରାହକ ମାନେ ମଧ୍ୟ ବାଛି ନେଉଛନ୍ତି ସେମାନଙ୍କ ମନ ପସନ୍ଦ ଶାଢୀ ସବୁ । ଗ୍ରାହାକ ମାନଙ୍କୁ ଶାଢୀ ଯୋଗାଇଦେବା ପାଇଁ ଦିନ ରାତି ପରିଶ୍ରମ କରି ବୁଣାକାର ମାନେ ଶାଢୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି ।

ସେପଟେ ପର୍ବ ପାଖେଇ ଆସୁଥିବା ବେଳେ ଦୋକାନ ମାନଙ୍କରେ ବିକ୍ରି ହେଉଛି ଭଳିକି ଭଳି ଶାଢୀ । ଆଉ ଶାଢୀ କିଣିବା ପାଇଁ ଗ୍ରାହକଙ୍କର ଲାଗିଛି ଖଚାଖଚ ଭିଡ । କାରଣ ନୁଆ ଖାଇ ପର୍ବରେ ସମମ୍ବପୁରୀ ଶାଢୀର ଚାହିଦା ଅଧିକ ରହିଥାଏ । ସେ ଧନୀ ହେଉ କି ଗରିବ ପ୍ରତ୍ୟକ ଘରେ ସମସ୍ତେ ସମ୍ବଲପୁରୀ ଶାଢୀ ପିନ୍ଧିଥାନ୍ତି । ଖାସକରି ଗୃହିଣୀ ମାନେ ଏହି ଶାଡୀ ପରିଧାନ କରି ମା ଲକ୍ଷ୍ମୀଙ୍କୁ ପୁଜା କରି ଥାନ୍ତି । ଆଉ ମା’ଙ୍କ ପାଖରେ ନବାର୍ଣ୍ଣ ଲାଗି ହୋଇ ସାରିବା ପରେ ସମସ୍ତେ ନୂଆ ଖାଇଥାନ୍ତି । ପରେ ପ୍ରାୟ ମାସେ ପର୍ଯ୍ୟନ୍ତ ମିତା ମୈତ୍ର ଘରକୁ ତିହାର ଦେବା ପ୍ରଥାରେ ସମ୍ବଲପୁରୀ ଶାଢ଼ୀର ବ୍ୟବହାର କରାଯାଏ ।ବର୍ଷକର ତିହାର ନୂଆଁଖାଇରେ ପଶ୍ଚିମ ଓଡ଼ିଶାର ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥାଏ ଏଇ ସମ୍ବଲପୁରୀ ଶାଢ଼ୀ ।

Leave a Reply

Your email address will not be published. Required fields are marked *