Pratidin TV

Odisha's Digital News Platform

ଦିଲ୍ଲୀ ଏୟାରପୋର୍ଟ କୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକ ..

1 min read

ପରମାଣୁ ବୋମା ପକାଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦରକୁ ଉଡାଇଦେବାକୁ ଆସିଲା ଧମକ । ଏହି ଧମକ ଦେଇଛନ୍ତି ଦୁଇ ଯାତ୍ରୀ । ଦିଲ୍ଲୀ ପୋଲିସ ପକ୍ଷରୁ ଏହି ସୂଚନା ଜାରୀ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଧମକ ଦେଇଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।ଏପ୍ରିଲ ୫ରେ ଦିଲ୍ଲୀ ଏୟାରପୋର୍ଟ ଭିତରକୁ ପ୍ରବେଶ କରିବା ପୂର୍ବରୁ ଦୁଇ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା ଏହି ସମୟରେ ଯାତ୍ରୀ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ପରମାଣୁ ବୋମା ପକାଇ ଉଡାଇ ଦେବାର ଧମକ ଦେଇଥିଲେ ।

ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ବିମାନବନ୍ଦରରେ ବୋମା ପକାଇବାକୁ ଉଡାଇଦେବାକୁ ଧମକ ଦେଇ ଉଭୟ ଯାତ୍ରୀଙ୍କୁ ଗିରଫ କରାଯାଇଛି । ବିମାନବନ୍ଦର ପୋଲିସ ଷ୍ଟେସନରେ ଧାରା ୧୮୨/୫୦୫ (୧) ବି ଅନୁଯାୟୀ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ବୋମା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ହାଇ ଆଲର୍ଟ ଜାରି କରାଯାଇଛି । IGI ବିମାନବନ୍ଦର ବିଶ୍ୱର ଅନେକ ପ୍ରମୁଖ ସହରକୁ ସଂଯୋଗ କରୁଛି । ଏହା ଦେଶର ସବୁଠାରୁ ବ୍ୟସ୍ତ ବହୂଳ ବିମାନ ବନ୍ଦର ଅଟେ ।

Leave a Reply

Your email address will not be published. Required fields are marked *