Pratidin TV

Odisha's Digital News Platform

ହାଫ୍ ପ୍ୟାଣ୍ଟ ପିନ୍ଧି ଅମୀରଙ୍କ ଝିଅକୁ ବିବାହ କରିବାକୁ ଆସିଲେ ନୂପୁର , ଭାଇରାଲ ହେଲା ବିବାହର ଭିଡିଓ …

1 min read

ମୁମ୍ବାଇ ; ବଲିଉଡ୍‌ର ଶାହୀ ଅନ୍ଦାଜ୍ ବିବାହ ତ ଆପଣ ସମସ୍ତେ ପ୍ରାୟ ଦେଖିଥିବେ । କେଉଁଠି କିଏ ନିଜ ବିବାହ ଫଟୋକୁ ସସ୍ପେନ୍ସ ରଖିଥାନ୍ତିତ ପୁଣି କିଏ ବିବାହରେ କ୍ୟାମେରା କିମ୍ବା ଫୋନକୁ ମଣ୍ଡପକୁ ପୁରାଇ ଦିଅନ୍ତି ନାହିଁ । ବଲିଉଡ୍ ତାରକା ଏବଂ ତାଙ୍କ ଛୁଆ ମାନଙ୍କର ବିବାହ ଶାହୀ ଢଙ୍ଗରେ ହୋଇଥାଏ । କିନ୍ତୁ ବଲିଓଡ୍‌ର ମିଷ୍ଟର ପରଫେକ୍ଟ ଅମୀରଙ୍କ ଲାଡଲୀ ଇରା ଖାନଙ୍କ ବିବାହ ସାରା ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଗତକାଲି ଅର୍ଥାତ୍ ବୁଧବାର ଇରା ଖାନ ନିଜ ବୟଫ୍ରେଣ୍ଡ ନୂପୁର ଶିଖରଙ୍କୁ ବିବାହ କରିଛନ୍ତି । ଏହି ବିବାହଟି ଅତ୍ୟନ୍ତ ସାଧାରଣ ଢଙ୍ଗରେ ହୋଇଥିଲା । ଦୁହିଁଙ୍କ ବିବାହ ପରିବାର , ବନ୍ଧୁବର୍ଗ ଓ ଅତିଥି ମାନଙ୍କ ମଧ୍ୟରେ ସମ୍ପର୍ଣ୍ଣ ହୋଇଥିଲା । କିନ୍ତୁ ଏହି ବିବାହ ସେତେବେଳେ ସବୁଠୁ ଭିନ୍ନ ଲାଗିଥିଲା ଯେତେବେଳେ ବର କୌଣସି ଗ୍ରାଣ୍ଡ ଲୁକ୍ ରେ ଆସିବା ବଦଳରେ ହ୍ୱାଇଟ୍ ହାଫ୍ ପ୍ୟାଣ୍ଟ ଆଉ ବ୍ଲାକ୍ ଗଞ୍ଜିରେ ନଜର ଆସିଥିଲେ । ଆଉ ବ୍ୟାଣ୍ଡ ବାଜା ସହ ନିଜେ ନାଚି ନାଚି ଦୈଡି ଦୈଡି ଆସିଥିଲେ ।

କହିବାକୁ ଗଲେ ନୂପୁର ଜଣେ ଦୁହେଁ ନିଜ ବିବାହରେ ଅଜଥା ଟଙ୍କା ଖର୍ଚ୍ଚ କରିବା ପରିବର୍ତ୍ତେ କୋର୍ଟ ମ୍ୟାରେଜ୍ କରିବେ ବୋଲି ପୂର୍ବରୁ ସୂଚନା ମିଳିଥିଲା । ବୁଧବାର ଦୁହେଁ ରେଜିଷ୍ଟର ଦସ୍ତଖତ କରି ଇରାଙ୍କୁ ନିଜର ଜୀବନ ସାଥୀ କରିଛନ୍ତି ନୂପୁର । ଯାହା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *