ହାତ ଗୋଡ ବିନ୍ଧା ରୋଗୀକୁ ନର୍ସ ଲଗାଇଦେଲେ କୁକୁର କାମୁଡା ଇଞ୍ଜେକ୍ସନ
1 min readପୁଣି ସାମ୍ନାକୁ ଆସିଛିରାଜ୍ୟର ସ୍ୱାସ୍ଥ୍ୟବସ୍ଥାର ଅବହେଳା | ଡାକ୍ତର ଏବଂ ନର୍ସଙ୍କ ଦ୍ୱାରା ହେଉଥିବା ଭୁଲ ରୋଗୀଙ୍କ ନେଉଛି ପ୍ରାଣ | ପୁଣି ପ୍ରମାଣ ରାଜ୍ୟ ସ୍ୱାସ୍ଥ୍ୟବସ୍ଥା ଅବ୍ୟବସ୍ଥା କରିଛି ପ୍ରମାଣ | ସ୍ୱାସ୍ଥ୍ୟବସ୍ଥା ଅବେହଳା ଏଏବଂ ଭୁଲ ଯୋଗୁଁ ରୋଗୀ ହେଉଛି ଅସୁବିଧାର ସମ୍ମୁଖୀନ | ତେବେ ସେହିପରି ଭଣ୍ଡାରିପୋଖରୀ ଥାନା ଅଧିନ ଦକ୍ଷିଣଵାଡ ଗାଁର ଘଟିଛି ଏପରି ଘଟଣା | ହାତ ଗୋଡ ବିନ୍ଧା ଇଞ୍ଜେକସନ ବଦଳରେ ଦେଲେ କୁକୁର କାମୁଡା ଇଞ୍ଜେକସନ।
ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଵ୍ୟଵସ୍ଥା। ହାତ ଗୋଡ ବିନ୍ଧା ଇଞ୍ଜେକସନ ବଦଳରେ ଦେଲେ କୁକୁର କାମୁଡା ଇଞ୍ଜେକସନ। ଭଣ୍ଡାରିପୋଖରୀ ଥାନା ଅଧିନ ଦକ୍ଷିଣଵାଡ ଗାଁର ୫୬ ଵର୍ଷୀୟ ବିଜୟ ବିଶ୍ବାଳଙ୍କ ଥଣ୍ଡା ଯୋଗୁଁ ଗୋଡ ଓ ହାତ ବିନ୍ଧା ବିନ୍ଧି ହେଉଥିଲା। ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ଦେଖି ପ୍ରେସକ୍ୟୁସନ ମଧ୍ୟ ଲେଖିଥିଲେ। ସେ ଅନ୍ୟ ଔଷଧ ସହ ଡାଇକ୍ଲୋଫିନାକ ଇଞ୍ଜେକସନ ଲେଖିଥିଲେ। ବିଜୟ ଇଞ୍ଜେକସନ ନେଵା ପାଇଁ ଲାଇନରେ ଥିଲେ। ସେଠାରେ ଇଞ୍ଜେକସନ ଦାୟିତ୍ୱରେ ଥିବା ନର୍ସ ଡାଇକ୍ଲୋଫିନାକ ଇଞ୍ଜେକସନ ଵଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକସନ ଦେଇଦେଲେ। ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ଵୁଝିଥିଲେ। ହେଲେ ସମାଧାନ ପରିବର୍ତ୍ତେ ସଂପୃକ୍ତ ନର୍ସ ବିଜୟଙ୍କ ପ୍ରେସକ୍ୟୁସନ ନେଇ ଡାକ୍ତରଖାନାରୁ ଛୂ ମାରିଥିଲେ। ବିଜୟଙ୍କୁ ପରିବାର ଲୋକେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି | ଅନ୍ୟ ପକ୍ଷରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ |