Pratidin TV

Odisha's Digital News Platform

ମେଡିକାଲରେ ରାହଧାରି କାନ୍ଦିଲା ନବଜାତକ , ପାଟିରେ ସେଲୋଟେପ୍ ଲଗାଇଦେଲା ନର୍ସ …

1 min read

ଡାକ୍ତରଙ୍କ ପରେ ରୋଗୀଙ୍କ ପାଇଁ ଭଗବାନ ସାଜିଥାନ୍ତି ନର୍ସ । ମା ଭଉଣୀ ଏବଂ ନିଜର ସମ୍ପର୍କୀୟ ପରି ରୋଗୀର ଯତ୍ନ ନିଅନ୍ତି । ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀଙ୍କର ସବୁ ଦାୟୀତ୍ୱ ନିଅନ୍ତି । ହେଲେ ସେହି ନର୍ସ ପାଲଟିଯାଇଛନ୍ତି ପିଶାଚିନୀ । ହୃଦୟହୀନା ହୋଇ ଜଣେ ନର୍ସ ଏପରି କାଣ୍ଡ ଭିଆଇଛନ୍ତି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । NICUରେ ନବଜାତକ ଶିଶୁ କାନ୍ଦିବାରୁ ତା ମୁହଁରେ ସେଲୋଟେପ୍ ଲଗାଇ ଦେଇଛନ୍ତି ନର୍ସ । ବ୍ରିହାନମମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନର ସାବିତ୍ରୀବାଇ ଫୁଲେ ମାତୃତ୍ୱ ଗୃହର ଜଣେ ନର୍ସ ଏଭିଳ ନୃଶଂସକାଣ୍ଡ କରିଥିବା ଅଭିଯୋଗ ହୋଇଛି । ଏନ୍‌ଆଇସିୟୁରେ ଶିଶୁଟି କାନ୍ଦିବାରୁ ତାର କାନ୍ଦ ବନ୍ଦ କରିବା ପାଇଁ ତା ପାଟିରେ ଟେପ୍ ଲଗାଇ ଦେଇଥିଲେ । ଘଟଣା ସାମ୍ନାକୁ ଆସିବା ପରେ ନର୍ସଙ୍କୁ ନିଲମ୍ବିତ କରାଯିବା ସହ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ସୂଚନାଯୋଗ୍ୟ, ଗତବର୍ଷ ମେ’ ମାସ ୨୦ତାରିଖରେ ପ୍ରିୟା କାମ୍ବଲେ ନାମକ ଜଣେ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ପିଲାଟି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲା ।

ଏଥିପାଇଁ ଡାକ୍ତର ଶିଶୁକୁ ଏନ୍‌ଆଇସିୟୁରେ ରଖିଥିଲେ । ଜୁନ୍ ୨ରେ, ଶିଶୁର ମା ନିଜ ପିଲାଙ୍କୁ ଦେଖିବା ପାଇଁ ରାତି ୧୧ଟାରେ ଏନ୍‌ଆଇସିୟୁକୁ ଯାଇଥିଲେ । ସେଠାରେ ପିଲାଟି ପାଟିରେ ଏକ ଟେପ୍ ଲଗାଯାଇଥିଲା ଓ ସେ ବିକଳ ହୋଇ କାନ୍ଦୁଥିବା ସେ ଦେଖିଥିଲେ । ଏନେଇ ସେ ଦାୟିତ୍ୱରେ ଥିବା ନର୍ସଙ୍କୁ ପଚାରିଥିଲେ । ନର୍ସ ତାଙ୍କୁ ଦୁର୍ବ୍ୟବହାର କରିବା ସହ ପିଲା କାନ୍ଦିବାରୁ ପାଟିରେ ଟେପ ଲଗାଯାଇଥିଲା ବୋଲି କହିଥିଲେ । ଏହା ପରେ ମହିଳା ଜଣକ ତୁରନ୍ତ ତାଙ୍କ ପରିବାରକୁ ଡାକି ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ସେମାନେ ପୂର୍ବତନ କାଉନସିଲର ଜାଗୃତି ପାଟିଲଙ୍କ ସହାୟତା ଲୋଡିଥିଲେ । ଜାଗୃତି ସୂଚନା ପାଇବା ମାତ୍ରେ ଡାକ୍ତରଖାନାରେ ପହଞ୍ଚିଥିଲେ । ଏହି ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ହସ୍ପିଟାଲ କର୍ତ୍ତୃପକ୍ଷ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସଂପୃକ୍ତ ନର୍ସ ସବିତା ଭୋଇରଙ୍କୁ ନିଲମ୍ବିତ କରାଯାଇଛି । ଅନ୍ୟ ଜଣଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସୂଚନା ମିଳିଛି ।

Advertisement

Leave a Reply

Your email address will not be published. Required fields are marked *