Pratidin TV

Odisha's Digital News Platform

ପଶ୍ଚିମ ଓଡିଶାରେ ଜମୁଛି ନୂଆଖାଇ , ମା ସମଲେଶ୍ୱରୀଙ୍କ ପାଖରେ ଲାଗିହେଲା ନବାନ୍ନ …..

ଆଜି ଗଣପର୍ବ ନୂଆଖାଇ , ଚଳଚଞ୍ଚଳ ପଶ୍ଚିମ ଓଡିଶା । ମା ସମଲେଇଙ୍କ ନିକଟରେ ଲାଗିହୋଇଛି ନବାନ୍ନା । ଘଣ୍ଟ ,ଘଣ୍ଟା , ଢୋଲ ମାଦଳ ସହ ମନ୍ତ୍ର ରେ କମ୍ପିଛି ମା ଙ୍କ କ୍ଷେତ୍ର ।

ଆଉ ରୀତି ଅନୁସାରେ ମାଙ୍କ ନବାନ୍ନା ଲାଗିହେବା ପରେ ଆରମ୍ଭ ହୋଇଛି ନୂଆଖାଇ ଭେଟଘାଟ୍ । ଆଜି ନୂଆ ଅନ୍ନ ଖାଇବା ପରେ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି ପିଲାଠୁ ବୁଢା । ନୂଆ ପିନ୍ଦିବା ସହ ଘର ବାହାରେ ଝୋଟି ଚିତାରେ ପୁରି ଉଠେ ସାରା ପରିବେଶ ।

ପଶ୍ଚିମ ଓଡିଶାର ନୂଆଖାଇ ଅବସରରେ ପ୍ରତି ପରିବାରରେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ଲଗାନ୍ତି ନୂଆ ଭୋଗ । ଚାଷୀ ଭାଇ ମାନେ ନିଜ ନିଜ କ୍ଷେତକୁ ଯାଇ ପୂଜା କରିବା ସହ ପରିବାରର ସହ ନୂଆ ପୋଷାକ ପିନ୍ଦି ଏକତ୍ର ଖାଇଥାନ୍ତି ନୂଆ ଅନ୍ନର ଖାଦ୍ୟ ।

Leave a Reply

Your email address will not be published. Required fields are marked *