Pratidin TV

Odisha's Digital News Platform

ସରକାରଙ୍କ ବଡ ଘୋଷଣା : ଏବେଠୁ ଓଡିଆ ଭାଷାରେ ଦେଇହେବ ଓଏଏସ ପରୀକ୍ଷା

1 min read

ଭୁବନେଶ୍ୱର : କ’ଣ ଆପଣ ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କି ? ତେବେ ଜାଣିନିଅନ୍ତୁ ସରକାର କରିଛନ୍ତି ଏଭଳି ଏକ ବଡ ପରିବର୍ତ୍ତନ । ଏବେ ପରୀକ୍ଷାର୍ଥୀ ମାନେ ଓଡିଆରେ ମଧ୍ୟ ଦେଇପାରିବେ ପରୀକ୍ଷା । ପ୍ରିଲିମ୍‌,ମେନ୍ ଓ ଇଣ୍ଟରଭ୍ୟୁ ସବୁ କିଛି ପୂର୍ବରୁ ଇଂରାଜୀରେ ହେଉଥିବା ବେଳେ ଏବେ ଓଡିଆରେ ଭାଷାରେ ବି ଦେଇହେବ ପରୀକ୍ଷା । ପରୀକ୍ଷାର୍ଥୀମାନେ ନିଜ ଇଛା ଅନୁଯାୟୀ ୨ଟି ଭାଷା ମଧ୍ୟରୁ ଯେକୌଣସି ଭାଷାକୁ ବାଛି ପରୀକ୍ଷା ଦେଇପାରିବେ ।

ସର୍ବଭାରତୀୟ ପ୍ରଶାସନିକ ସେବାରେ ୧୯୮୦ ମସିହାରୁ ବହୁ ଭାଷାରେ ପରୀକ୍ଷା ହୋଇ ଆସୁଛି । ତେବେ ବର୍ତ୍ତମାନ ମୋଟ ୨୨ ଟି ଭାଷାରେ ପରୀକ୍ଷା ହେଉଛି । କିନ୍ତୁ ଏହି ଓଏଏସ ପରୀକ୍ଷା ଓଡିଆ ଭାଷାରେ ହୋଇପାରୁନଥିଲା । ଏନେଇ ୨୦୧୧ରେ ହାଇକୋର୍ଟରେ ପିଟିସନ୍ ଦାଖଲ କରାଯାଇଥିଲା । ଯାହାର ଶୁଣାଣି ମୁତାବକ ୨୦୧୭ ରେ ଓଡିଆ ଭାଷାରେ ଏହି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହାକୁ ନେଇ ଅନେକ ପରୀକ୍ଷାର୍ଥୀ ଅବଗତ ହୋଇପାରିନଥିବା ବେଳେ , ଏହା ମଧ୍ୟ କାର୍ଯ୍ୟକାରୀ ହୋଇପାରିନଥିଲା ।

Advertisement

ତେବେ ପୁଣି ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଏନେଇ ସରକାରଙ୍କୁ ଅବଗତ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଓପିଏସି କୁ ଚିଠି କରାଯାଇଛି । ଯାହାର ଫଳସ୍ୱରୂପ ଆଗକୁ ପରୀକ୍ଷାର୍ଥୀମାନେ ଓଡିଆରେ ପରୀକ୍ଷା ଦେଇପାରିବେ । ଏବଂ ଏହାସହ ଅନେକ ଏହି ପରୀକ୍ଷା ଦେବାକୁ ଆଗ୍ରହ ମଧ୍ୟ ପ୍ରକାଶ କରିବେ । ଓଏଏସ୍ ପରୀକ୍ଷାର ପରୀକ୍ଷାର୍ଥୀମାନେ ଏଣିକି ଉଭୟ ଭାଷାର ପ୍ରଶ୍ନ ପାଇବେ ଓ ଯେଉଁ ଭାଷାରେ ଚାହିଁବେ ଉତ୍ତର ଲେଖିପାରିବେ ।

Leave a Reply

Your email address will not be published. Required fields are marked *