Pratidin TV

Odisha's Digital News Platform

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ , ରାଗିଗଲେ ସଂସ୍କୃତି ମନ୍ତ୍ରୀ ଦେଲେ ଚେତାବନୀ …

1 min read

ଆଉ ଯାତ୍ରାରେ ହେବନି ଅଶ୍ଳୀଳ ବା ନଗ୍ନ ନାଚ । ଦର୍ଶକଙ୍କୁ ଉତ୍ତେଜିତ କରାଇପାରିବେନି ଆଉ ଯାତ୍ରା ଡ୍ୟାନ୍ସର । ବର୍ତ୍ତମାନ ଓଡିଶାର କୋଣ ଅନୁକୋଣରେ ଖୋଲା ମଞ୍ଚ ଯାତ୍ରାରେ ନାଟକକୁ ନେଇ ଦର୍ଶକଙ୍କ ଭିତରେ କ୍ରେଜ୍ ବଢ଼ୁଛି। ହେଲେ ନାଟକରେ ଆଇଟମ୍ ଡ୍ୟାନ୍ସକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ଯାହାକୁ ନେଇ ନାନ ବିଶୃଙ୍ଖଳା ସୃଷ୍ଟି ହେଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ହୋଇଛନ୍ତି ।

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ପ୍ରସଙ୍ଗ ଆଇନମନ୍ତ୍ରୀଙ୍କ ପରେ ସଂସ୍କୃତିମନ୍ତ୍ରୀଙ୍କ କଡା ଚେତାବନୀ । ଖୁବଶୀଘ୍ର ଯାତ୍ରା ପାଇଁ ଆସିବ ନିର୍ଦ୍ଦେଶାବଳୀ ଜ୍ଝ ରାଜ୍ୟ ସରକାର ଏହାକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଚାର ବିମର୍ଶ ଚାଲିଛି। ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି।

Advertisement

ଗତକିଛି ବର୍ଷ ଭିତରେ ଯାତ୍ରା ଦର୍ଶକଙ୍କ ସଂଖ୍ୟା ବଢୁଛି। ରକ୍ଷଣଶୀଳ ବ୍ୟକ୍ତି ନିଜ ପରିବାର ଲୋକଙ୍କ ସହ ଯାତ୍ରା ଦେଖିବାକୁ ଆସୁଛନ୍ତି। ହେଲେ ନାଟକ ଆରମ୍ଭ ପୂର୍ବରୁ ହେଉଥିବା ଅଶ୍ଲୀଳ ନୃତ୍ୟକୁ ନେଇ ଅନେକ ସମୟରେ ବିବାଦ ଦେଖା ଦେଉଛି। ରାଜ୍ୟ ସରକାରଙ୍କ କଡ଼ା ତାଗିଦ ସତ୍ତ୍ୱେ କିଛି ଅନୁଷ୍ଠାନ ମଞ୍ଚରେ ଅଶ୍ଲୀଳ ନୃତ୍ୟ ପରିବେଷଣ କରାଉଛି।

ନିକଟରେ ସାହୁ ଭାଉଜଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ଯାତ୍ରା ପୂର୍ବରୁ ହେଉଥିବା ନାଚରେ ସାହୁ ଭାଉଜ ନିଜ ଉପର ବସ୍ତ୍ର ଖୋଲି ଅଶ୍ଳୀଳ ନୃତ୍ୟୁ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ରାଜ୍ୟରେ ଯାତ୍ରା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବନି କରାଯାଉଛି । କାହିଁକି ନା ଏମାନେ ଲୋକଙ୍କୁ ଉତ୍ତେଜିତ କରାଉଥିବା ବେଳେ ଏହାର ଶିକାର ହେଉଛନ୍ତି ସାଧାରଣ ଯୁବତୀ ।

Leave a Reply

Your email address will not be published. Required fields are marked *