ପୁଅ ହେବତ ଏମିତି ; ହାବିଲଦାର ବାପାଙ୍କ ଟେକ ରଖିଲେ କିରନ୍ …
1 min readକେନ୍ଦ୍ରାପଡା : ପ୍ରକାଶ ପାଇଛି OPSC ପରିଚାଳିତ OCS (ଓଡ଼ିଶା ସିଭିଲ ସର୍ଭିସ)ପରୀକ୍ଷା ଫଳ। ସାରା ରାଜ୍ୟରେ ସୁଦେଵ କୁମାର ପୃଷ୍ଟି ରାଙ୍କ ୧ ରେ ସ୍ଥାନ ପାଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନାରୁ କେନ୍ଦ୍ରାପଡା ଜିଲ୍ଲାରୁ ୫ ଜଣ ଓସିଏସ ପାଇଥିବା ଜଣାପଡିଛି। କେନ୍ଦ୍ରାପଡା ଜିଲ୍ଲାରେ ଏପିଆର ହାବିଲଦାର ଭାବେ କାର୍ଯ୍ୟରତ ନରେନ୍ଦ୍ରନାଥ ସୋରେନଙ୍କ ବଡ଼ପୁଅ କିରନ କୁମାର ସୋରେନ ଚଳିତ ବର୍ଷ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।
ଜନଜାତି ସମ୍ପ୍ରଦାୟରୁ ଆସୁଥିବା କିରନ ପୋଷ୍ଟିଂ ପରେ ରାଜ୍ୟ ସରକାର ଜନଜାତିଙ୍କ ପାଇଁ ଦେଉଥିବା ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେହିପରି ଏହି ସଫଳତାର ଶ୍ରେୟ ନିଜ ପିତାମାତା, ବନ୍ଧୁ ପରିଜନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ବୋଲି କହିବା ସହ ନିଜେ ମଧ୍ୟ ଏହି ସଫଳତା ପାଇଁ ନିଜକୁ ମଧ୍ୟ ଶ୍ରେୟ ଦେଇଛନ୍ତି କିରନ। ସଫଳତା ଗୋଟିଏ ରାତିରେ ମିଳେନାହିଁ ଏହା ଅଭ୍ୟାସ ବଳରେ ମିଳିଥାଏ ବୋଲି ତୃତୀୟ ଥର ଆଟେମ୍ପଟରେ ସଫଳ ହୋଇଥିବା କିରନ କୁହନ୍ତି।ବାପା ନରେନ୍ଦ୍ରନାଥ ସୋରେନ ଦୀର୍ଘ ୧୯୯୯ ମସିହାରୁ ଜିଲ୍ଲା ପୋଲିସ ବିଭାଗରେ ଏପିଆର କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିବା ବେଳେ ଗତ କିଛି ବର୍ଷ ହେବ ପଦୋନ୍ନତି ପାଇ ହାବିଲଦାର ଭାବେ କାର୍ଯ୍ୟରତ।
ଦିନେ ପୁଅ ପାଇଁ ଚାକିରୀ ଛାଡିଥିଲେ ମା’ । ଆଜି ମା’ ତ୍ୟାଗର ମୂଲ୍ୟା ରଖିଲା ପୁଅ
ଦୁଇପୁଅ ଜନ୍ମ ହେବା ପରେ ଶିକ୍ଷକତା କରୁଥିବା ପତ୍ନୀଙ୍କୁ ଚାକିରୀ ଛାଡିବାକୁ ପଡିଥିଲା। ତେବେ ସେ ସମୟରେ ସ୍ୱଳ୍ପ ରୋଜଗାରରେ ଚଳିବା କଷ୍ଟକର ହୋଇଥିଲେ ହେଁ ପ୍ରତିକୂଳ ପରିସ୍ଥିତିରେ କଷ୍ଟ କରି ପିଲାମାନଙ୍କୁ ଶିକ୍ଷିତ କରାଇଥିଲେ ବୋଲି କୁହନ୍ତି କିରନଙ୍କ ବାପା। ପୁଅ କଷ୍ଟ କରିଥିଲା ଓ ସଫଳତା ପାଇଲା ସେ ଆହୁରି ଆଗକୁ ଯାଉ ଏବଂ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ ରହିଥାଉ ବୋଲି କହିଛନ୍ତି କିରନଙ୍କ ମା।