Pratidin TV

Odisha's Digital News Platform

ୟୁଟ୍ୟୁବର ସୁଧାଂଶୁ ମହାନ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ; ପପ୍ ବ୍ୟାଣ୍ଡର ମାଲିକଙ୍କୁ ବ୍ଲାକମେଲ ସହ କରୁିଛନ୍ତି ବଦନାମ

1 min read

ଭୁବନେଶ୍ୱର : ବାକି ଟଙ୍କା ମାଗିବାରୁ ସୋସିଆଲ ମିଡ଼ିଆରେ ପତ୍ନୀକୁ ବଦନାମ କଲେ ଯୁବକ । ଯୁବକଙ୍କୁ ଗିରଫ ପାଇଁ ଥାନାର ଦ୍ୱାରସ୍ତ ହେଲେ ସ୍ୱାମୀ । ସୋସିଆଲ ମିଡ଼ିଆରେ ଏକ ଭିଡିଓ ଅପଲୋଡ଼ କରିବା ପରେ ଏଵେ ମାନସିକ ଚାପରେ ରମେଶ ମହାନ୍ତି ଓ ପରିବାର ଲୋକ । ଭୁବନେଶ୍ୱରରେ ଏକ OD-01 ନାମକ ପପ ବ୍ୟାଣ୍ଡର ମାଲିକ ରମେଶ ଏଭଳି ଶିକାର ହୋଇଛନ୍ତି ।

ଗତ ୩ ବର୍ଷ ତଳେ ରମେଶଙ୍କ ପରିବାରରୁ ୫୦ ହଜାର ଟଙ୍କା ଧାର ନେଇଥିଲେ ସୁଧାଂଶୁ ମହାନ୍ତି ନାମକ ଜଣେ ଯୁବକ । ଏଵେ କିନ୍ତୁ ବାକି ଟଙ୍କା ମାଗିବାରୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରି ନିଜେ ଅର୍ଥ ଶୁଝିବା ବଦଳରେ ନିଜେ ଅର୍ଥ ମାଗୁଛନ୍ତି ଯୁବକ ସୁଧାଂଶୁ ମହାନ୍ତି । ପପ ବ୍ୟାଣ୍ଡର ମାଲିକ ରମେଶଙ୍କ ପାଖରୁ ନିଜ ବାପାଙ୍କ ଦେହ ଖରାପ ନେଇ ୫୦ ହଜାର ଟଙ୍କା ଧାରସୂତ୍ର ରେ ନେଇଥିଲେ ସୁଧାଂଶୁ । ଏହା ପରେ ଟଙ୍କା ମାଗିବାରୁ ସେ ଟଙ୍କା ନ ଦେଇ ନିଜ ସୋସିଆଲ ମିଡ଼ିଆରେ ରମେଶ ଓ ପରିବାର ଫଟୋ ଅପଲୋଡ଼ କରି OD-01 ସଂସ୍ଥା, ପତ୍ନୀ ଓ ରମେଶଙ୍କ ସଂସ୍ଥା ସହ ଜଡିତ ଥିବା ଓଡିଶାର ବରିଷ୍ଠ କଣ୍ଠଶିଳ୍ପୀଙ୍କ ନାମରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଭିଡିଓ ଅପଲୋଡ଼ କରି ତାଙ୍କୁ ବଦନାମ କରିଥିବା ଅଭିଯୋଗ ଆଣିଛନ୍ତି ରମେଶ ।

ତାସହ ବାକି ପଇସା ମାଗିବାରୁ ଏଭଳି ସୋସିଆଲ ମିଡ଼ିଆରେ ରମେଶଙ୍କୁ ବଦନାମ କରିବାକୁ ଉଦ୍ୟମ କରିଛନ୍ତି । ଏହା ପରେ ତାଙ୍କ ପତ୍ନୀ ସୋରୋ ଥାନାରେ ଅଭିଯୋଗ କରିବା ପରେ ଏଵେ କ୍ୟାପିଟାଲ ଥାନାରେ ଅଭିଯୋଗ କରି ତୁରନ୍ତ ଏହି ଭିଡିଓ କୁ କାଟିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ରମେଶ ମହାନ୍ତି ।

https://www.youtube.com/watch?v=wxNbV2X34Pk

Leave a Reply

Your email address will not be published. Required fields are marked *