Pratidin TV

Odisha's Digital News Platform

ଓଡିଆ ଅଭିନେତା ଅଭିଶେକଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ , ସାଙ୍ଗରେ ଥିଲେ ଅଭିନେତ୍ରୀ ସାୟନ ଓ ସୁନୀଲ ପଟ୍ଟନାୟକ ….

ଭୁବନେଶ୍ୱର ; ଓଡିଆ ଅଭିନେତା ଅଭିଶେକ  ଗିରିଙ୍କ କାର୍ ଦୁର୍ଘଟଣା ଗ୍ରସ୍ତ । ଜି. ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ମଙ୍ଗଳବାର ଘଟିଛି ଏପରି ଅଘଟଣ । ମିଳିଥିବା ସୂଚାନ ଅନୁଯାୟୀ ଓଡ଼ିଆ ଫିଲ୍ମ ଅଦୃଶ୍ୟ ସୁଟିଂ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡ଼ି ଯୋଗୁଁ ଘାଟିରେ କାରଟି ଭାରସାମ୍ୟ ହରାଇ ଗାଡିଟି ରାସ୍ତା ତଳକୁ ଖସିପଡିଥିଲା ।

ତେବେ ଅଭିନେତାଙ୍କ ସହ ଅଭିନେତ୍ରୀ ସାୟନ ମୁଖାର୍ଜୀ ଓ ସୁନୀଲ ପଟ୍ଟନାୟକ ଥିବା ଜଣାପଡିଛି । ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହେବା ପରେ ସମସ୍ତଙ୍କୁ ଜି.ଉଦୟଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *