ଓଡିଆ ଅଭିନେତା ବିରଞ୍ଚି ନାରାୟଣ ଗିରଫ୍ , ପୋଲିସକୁ ଦୁର୍ବ୍ୟବହାର କରିଥିଲେ ….
1 min readଭୁବନେଶ୍ୱର ; ଅଭିନେତାଙ୍କୁ ମହଙ୍ଗା ପଡିଲା ପୋଲିସକୁ ଦୁର୍ବ୍ୟବହାର । ପୋଲିସ ଭୂମିକା ଅଭିନୟ କରୁଥିଲେ, ପୋଲିସକୁ ଦୁର୍ବ୍ୟବହାର କରି ଗିରଫ ହେଲେ ଓଡ଼ିଆ ଅଭିନେତା ବିରଞ୍ଚି ନାରାୟଣ ନାୟକ ।
ଗତକାଲି ରାତିରେ ଭରତପୁର ପୋଲିସ ନାଇଟ ବ୍ଲକିଂ ଚେକିଂ କରୁଥିବା ବେଳେ ପୋଲିସକୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଅଭିନେତା ବିରଞ୍ଚି ।ପୋଲିସ ନିଜଆଡୁ ବିରଞ୍ଚିଙ୍କ ନା ରେ ଥାନାରେ ମାମଲା ରୁଜୁ କରିଥିଲା।
ସୂଚନା ଅନୁଯାୟୀ ବଡଦିନ ସୁରକ୍ଷା ନେଇ ସହରରେ ନାଇଟ ବ୍ଲକିଂ ଓ ଚେକିଂ କରୁଥିଲା ଭରତପୁର ପୋଲିସ । ଏନେଇ ଭରତପୁର ଥାନା ପୋଲିସ କଳିଙ୍ଗ ଷ୍ଟୁଡିଓର ଛକରେ ପୋଲିସ ଚେକିଂ କରୁଥିଲା । ରାତି ପ୍ରାୟ ୧ଟା ୩୦ମିନିଟ ସମୟରେ ଅଭିନେତା ବିରଞ୍ଚି ନାରାୟଣ ନିଜ କାର ଯୋଗେ ରେଣ୍ଟାଲ ଛକ ପାର୍ଶ୍ବରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡ଼କୁ ଆସୁଥିଲେ । ଡ୍ୟୁଟିରେ ଥୂବା ପୋଲିସ କର୍ମଚାରୀ ତାଙ୍କୁ ଅଟକାଇ ଯାଞ୍ଚ କରିବାକୁ କହିଥିଲେ।
ହେଲେ ଗାଡିରେ ଥାଇ ଅଭିନେତା ଜଣଙ୍କ ବ୍ୟାରିକେଡ୍ ହଟା କହି ଅସଭ୍ୟ ଭାଷାରେ ଗାଳି ଗୁଲଜ ସହ ଦୁର୍ବ୍ୟବହାର କରିଥିଲେ । ପୋଲିସ ବ୍ୟାରିକେଡ୍ ନ ହଟେଇବାରୁ ଅଭିନେତା ବିରଞ୍ଚି ଗାଡିରୁ ଉଲ୍ଲାଇ ପୋଲିସ କୁ ଆକ୍ରମଣ କରିଥିଲେ ।କିଛି ସମୟ ପୋଲିସ ଓ ବିରଞ୍ଚି ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଟ୍ରାଫିକ ସମସ୍ୟା ଦେଖାଯାଇଥିଲା । ଏହାପରେ ପୋଲିସ ବିରଞ୍ଚିକୁ ଥାନାକୁ ଆଣି ପଚରାଉଚରା କରିଥିଲା । ବିରଞ୍ଚି ତାଙ୍କ ଦୋଷ ସ୍ୱୀକାର କରିଥିଲେ । ଏହାପରେ ଡ୍ୟୁଟିରେ ଥିବା ପୋଲିସ ଅଭିଯୋଗରେ ଆଧାର ରେ ବିରଞ୍ଚି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।