Pratidin TV

Odisha's Digital News Platform

ବାସଭବନରୁ ପୁରୀ ଯିବ ପିଣ୍ଟୁଙ୍କ ମର ଶରୀର ; ସ୍ୱର୍ଗଦ୍ୱାରେ ହେବ ଶେଷକୃତ୍ୟ

ଭୁୁବନେଶ୍ୱର : ଓଲିଉଡ୍‌ର ଚର୍ଚ୍ଚିତ ଅଭିନେତା ପିଣ୍ଟୁ ନନ୍ଦଙ୍କ ମର ଶରୀର ଗୁରୁବାର ରାତି ପ୍ରାୟ ୯ ଟା ସମୟରେ ହାଇଦ୍ରାବାଦରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ପରିବାର ବର୍ଗଙ୍କ ସମେତ ବହୁ ବିଶିଷ୍ଟ ଅଭିନେତା ଯୋଗ ଦେଇ ଶେଷ ଦର୍ଶନ କରିଛନ୍ତି । ଅକାଳରେ ପିଣ୍ଟୁ ଏଭଳି ଚାଲିଯିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଗତକାଲି ବିମାନ ବନ୍ଦରରୁ ପିଣ୍ଟୁଙ୍କ ପାର୍ଥିବ ଶରୀରକୁ ପ୍ରଥମେ କିମସ୍ ହସ୍ପିଟାଲ ଶବଗୃହରେ ରଖାଯାଇ ଥିଲା ।

ସୂଚନାଯୋଗ୍ୟ ଯେ ଆଜି ସକାଳୁ ତାଙ୍କ ପାର୍ଥିବ ଶରୀରକୁ କଳାରାହସିଙ୍ଗ ବାସଭବନକୁ ନିଆଯାଇଛି । ସେଠାରେ ପରିବାର ବନ୍ଦୁବର୍ଗଙ୍କ ସହ ଅନେକ ବିଶିଷ୍ଟ ଅଭିନେତା ଶେଷ ଦର୍ଶନ କରିବେ । ସମସ୍ତଙ୍କ ଆଖିରେ ପିଣ୍ଟୁଙ୍କ ନାର ଲୁହ ଭରିଯିବ । ସମସ୍ତେ ଝୁରିବେ ତାଙ୍କ ପ୍ରିୟ ଅଭିନେତାଙ୍କୁ ।

ସବୁ ମାୟା ବନ୍ଦନ ଛଡାଇ ଆଜି ପିଣ୍ଟୁଙ୍କ ମର ଶରୀରକୁ ଅନ୍ତିମ ସଂସ୍କାର ନିମନ୍ତେ ପୁରୀ ସ୍ୱର୍ଗଦ୍ୱାର ନିଆଯିବ । ସେଠାରେ କରାଯିବ ପିଣ୍ଟୁଙ୍କ ଶେଷକୃତ୍ୟ । ଘର ସଂସାର ମୋହମାୟା ସବୁ ଛାଡି ପଞ୍ଚଭୂତରେ ଲିନ ହେବ ତାଙ୍କ ଶରୀର । ଆଜି ସ୍ୱର୍ଗଦ୍ୱାର ପାଲଟିବ ପିଣ୍ଟୁଙ୍କ ଶେଷ ଠିକଣା ।

Leave a Reply

Your email address will not be published. Required fields are marked *