Pratidin TV

Odisha's Digital News Platform

ଏଥର IPL ରେ ଓଡ଼ିଆ ଆଙ୍କର ; କଟକର ଲୋରିଆ ମହାନ୍ତି କରିବେ ଓଡିଆ ଭାଷାରେ କମେଣ୍ଟ୍ରି

1 min read

କଟକ : ଆଇପିଏଲ ର ଚଳିତ ସଂସ୍କରଣ ରେ ନିଜର ସୁମଧୁର ଆଙ୍କରିଙ୍ଗର ଜଲୱା ଦେଖାଇବେ କଟକ ଝିଅ ଲୋରିଆ ମହାନ୍ତି। ପ୍ରଥମ ଥର ପାଇଁ ଆଇପିଏଲରେ ଶୁଭିବ ଓଡିଆ ସ୍ୱର ବା ଚଳିତ ବର୍ଷ ଉଡିଆ ଭାଷାରେ ପ୍ରସାରିତ ହେବ ଆଇପିଏଲ୍ । ପ୍ୟାନେଲ ରେ ରହିବେ ଓଡ଼ିଆ ଗେଷ୍ଟ । ଓଡ଼ିଆ ଭାଷା ରେ ଆଇପିଏଲ ମଜା ଉଠାଇବା ଦର୍ଶକ ।

ତେବେ ଆସନ୍ତା ୩୧ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ୧୬ତମ ଆଇପିଏଲ ମହାସମର । ୧୦ ଟି ଟିମ ହେବେ ମୁହାଁମୁହିଁ । ପ୍ରଥମ ମ୍ୟାଚ ରେ ଗୁଜୁରାଟ କୁ ଭେଟିବ ଚେନାଇ ସୁପରକିଙ୍ଗ । ପ୍ରଥମ ଥର ପାଇଁ ଓଡ଼ିଆ ରେ ପ୍ରସାରିତ ହେବ ବିଶ୍ୱର ଏହି ବିତଶାଳୀ ଲିଗ ଆଇପିଏଲ ପ୍ରତିଯୋଗିତା । ଜିଓ ସିନେମା ରେ ଓଡ଼ିଆ ରେ ପ୍ରସାରିତ ହେବ ସମସ୍ତ ମ୍ୟାଚ । ଯାହା ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ରହିବ । ତେବେ ଏହି ଓଡ଼ିଆ ଡିବେଟ ପ୍ୟାନେଲ ରେ ଆଙ୍କର ଭାବରେ ନଜର ଆସିବେ କଟକ ଝିଅ ଲୋରିଆ ମହାନ୍ତି । ଦୀର୍ଘ ୧୨ ବର୍ଷ ଧରି ଓଡ଼ିଆ ସିନେ ଜଗତରେ ଆଙ୍କର ହିସାବରେ କାର୍ଯ୍ୟକରି ଆସୁଛନ୍ତି ଲୋରିଆ । ତେବେ ଲୋରିଆଙ୍କ ପାଇଁ ଗର୍ବିତ ସାରା ଓଡିଶାବାସୀ ।

Advertisement

ଆଇପିଏଲ ଓଡିଆ ଭାହାରେ ପ୍ରସାରଣ ହେବା ପାଇଁ ନୋଟିସ୍ ଆସିବା ପରେ ଲୋରିଆ ଏଥିପାଇଁ ଆଗ୍ରହ ଦେଖାଇଥିଲେ । ପରେ ସେ ଓଡିଆ କମେଣ୍ଟ୍ରି ପାଇଁ ଆପ୍ଲାଏ ମଧ୍ୟ କରିଥିଲେ । ବୋର୍ଡର ୩ ରାଉଣ୍ଡ ଅଡିଶନ୍ ଦେବାପରେ ଲୋରିଆ ଆଙ୍କର ଭାବେ ମନୋନୀତ ହୋଇଥିଲେ । ସେହିଭଳି ଭୁବନେଶ୍ୱରର ଶୋଭନା ମିଶ୍ର ମଧ୍ୟ ଓଡିଆ ଆଙ୍କର ଭାବେ ଆଇପିଏଲରେ ନଜର ଆସିବେ ।

Leave a Reply

Your email address will not be published. Required fields are marked *