Pratidin TV

Odisha's Digital News Platform

ଆମେରିକା ରାଜନୀତିରେ ଓଡ଼ିଆ ପୁଅ , କମଳା ହାରିସଙ୍କ ପାଇଁ କରୁଛନ୍ତି ପ୍ରଚାର …

1 min read

ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପ୍ରଚାରର ମଙ୍ଗ ଧରିଛନ୍ତି ଜଣେ ଓଡ଼ିଆ ପୁଅ ।  ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କ ପାଇଁ  ପ୍ରଚାର କରୁଛନ୍ତି  ମୟୂରଭଞ୍ଜର ସମୟ ସାହୁ।   ଓଡିଆ ପୁଅ ସମୟ ସାହୁ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ​​ସକ୍ରିୟ ଅଂଶଗ୍ରହଣ କରି ଓଡ଼ିଶା ଏବଂ ଆମେରିକା ମଧ୍ୟରେ ଦୂରତା ହ୍ରାସ କରିଛନ୍ତି। ମୟୂରଭଞ୍ଜର ଏହି ୨୧ ବର୍ଷୀୟ ଯୁବକ ଆମେରିକାର ରାଜନୀତିରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ଏତେ କମ ବୟସରେ ଜୋ ବାଇଡେନଙ୍କୁ ଆମେରିକାର ୪୬ତମ ରାଷ୍ଟ୍ରପତି ହେବାରେ ସେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ।

ଏବେ ସେ ଆମେରିକାର ଉପ-ରାଷ୍ଟ୍ରପତି ତଥା ବର୍ତ୍ତମାନର ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ପାଇଁ ପ୍ରଚାର କରୁଛନ୍ତି। ସେ ଡେମୋକ୍ରାଟିକ୍ ପାର୍ଟିର ସଦସ୍ୟ ଏବଂ ନିର୍ବାଚନ ପ୍ରଚାରରେ ଡେମୋକ୍ରାଟିକ୍ ଛାତ୍ର ସଂଘର ପକ୍ଷକୁ ଆଗେଇ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ସମୟ ମୟୂରଭଞ୍ଜ ଜିଲ୍ଲାର ମୂଳବାସିନ୍ଦା। ତାଙ୍କ ବାପା ମାନସ ସାହୁ ରାୟଗଡ଼ା ଜିଲ୍ଲାରେ ଚାକିରି କରିଥିଲେ । ପରେ ଆମେରିକାରେ ଚାକିରି ପାଇବାରୁ ସପରିବାର ଭାରତ ଛାଡ଼ିଥିଲେ । ବର୍ତ୍ତମାନ ପରିବାର ସହ ସେ ଆମେରିକାର ନାସୁଆ ସହରରେ ରହୁଛନ୍ତି ।

୨୦୦୮ ମସିହାରେ ଡେମୋକ୍ରାଟିକ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ ସମୟ ।ସମୟଙ୍କ ନେତୃତ୍ବ ଦକ୍ଷତା ଏବଂ ଭାଷଣ ଶୈଳୀ ଦେଖି ଡେମୋକ୍ରାଟିକ୍ ପାର୍ଟି ମଧ୍ୟ ତାଙ୍କୁ ସୁଯୋଗ ଦେଇଥିଲା । ୨୦୧୨ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଏବଂ ରାଲିରେ ଛାତ୍ର ଦଳର ନେତୃତ୍ବ ନେଇଥିଲେ ସମୟ । ୨୦୨୦ରେ ଦଳୀୟ ରାଜନୀତିରେ ପ୍ରବେଶ କରିଥିଲେ। ୨୦୨୨-୨୩ରେ ଡେମୋକାଟ୍ରିକ ପାର୍ଟି ପକ୍ଷରୁ ହାଇସ୍କୁଲ ଡେମୋକ୍ରାଟ୍ ଅଫ୍ ଆମେରିକାର ନ୍ୟାସନାଲ ଚେୟାରମ୍ୟାନ ଭାବେ ତାଙ୍କୁ ମନୋନୀତ କରାଯାଇଥିଲା । ଏବେ ଦଳ ତାଙ୍କୁ ପ୍ରାର୍ଥୀ କମଳା ହାରିସ୍ ଙ୍କ  ପ୍ରଚାର ମଙ୍ଗ ଧରିବାକୁ ଦାୟିତ୍ବ ଦେଇଛି । କମଳା ହାରିସ ମଧ୍ୟ ସମୟଙ୍କ ରାଜନୈତିକ ଜୀବନ ଓ ସାଂଗଠନିକ ଦକ୍ଷତାକୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *