Pratidin TV

Odisha's Digital News Platform

‘କୋନ ବନେଗା କରୋର୍‌ପତି ଶୋ’ରେ ଓଡିଆ ପୁଅର କମାଲ୍ , ଜିତିଲା ୨୫ ଲକ୍ଷ …

1 min read

ଭୁବନେଶ୍ୱର ; ଲୋକପ୍ରିୟ ଟେଲିଭିଜନ୍ ଶୋ ‘କୋନ ବନେଗା କରୋର୍‌ପତି’ସିଜିନ୍ -୧୫ ର ଜୁନିଅର ହଟ୍‌ସିଟ୍ ରେ କମାଲ କରୁଛନ୍ତି ଓଡିଆ ପୁଅ ଅତ୍ୟୁକ୍ତ । ଯେଉଁଠି ବଡ ବଡ ରଥି ମହାରଥି ଛାଳ ନାଳ ହୋଇଯାଆନ୍ତି ଅମିତାଭ୍ ଙ୍କ ପ୍ରଶ୍ନରେ ସେଠାରେ ୧୩ ଟି ପ୍ରଶ୍ୱର ସଠିକ୍ ଉତ୍ତର ଦେଇ ୨୫ ଲକ୍ଷ ଜିତିଯାଇଛନ୍ତି ଅତ୍ୟୁକ୍ତ । କୁନି ବୟସରେ ତାଙ୍କର ଏଭଳି ବିଦ୍ୟା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓଡିଶା ବାସୀ । ଏତେ କମ୍ ବୟସରୁ ସେ ଏଭଳି ପ୍ରଶ୍ନର ଉତ୍ତରଦେଇ ନିଜକୁ ପରିଚିତ କରାଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।

ମାତ୍ର ୧୦ ବର୍ଷ ବୟସରେ କେବିସି ହଟ୍ ସିଟ୍ରେ କମାଲ କରିଛନ୍ତି ଓଡ଼ିଆ ପୁଅ ଅତ୍ୟୁକ୍ତ ବେହୁରାୟ ।୧୬ ଟି ପ୍ରଶ୍ନରୁ ୧୩ ପ୍ରଶ୍ନର ସଠିକ ଉତ୍ତର ଦେଇ ପୁରସ୍କାର ରାଶି ଜିତିବା ସହ ବିଗ୍ ବି’ଙ୍କୁ ଓଡ଼ିଆ ଭାଷା ମଧ୍ୟ ଶିଖାଇଛନ୍ତି । ଖାଲି ସେତିକି ନୁହେଁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଏହି ବାଳକ କୋରିଆନ ଭାଷାରେ ଆଙ୍କରିଂ ମଧ୍ୟ କରିଛନ୍ତି।

ତେବେ ତାଙ୍କର ଏହି ସଫଳତାକୁ ନେଇ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ , ଭବିଷ୍ୟତରେ ସେ ଦେଶ ସେବା କରିବାକୁ ଚାହୁଁଛନ୍ତି । ମାତ୍ର ୧୦ ବର୍ଷ ବୟସରୁ ନିଜ ଲକ୍ଷକୁ ଧାର୍ଯ୍ୟ କରିନେଇଛନ୍ତି ସେ ଆଗକୁ ନୈସେନାର ଜଣେ ଦକ୍ଷ ଅଫିସର ହେବାକୁ ସେ ପ୍ରଣ ରଖିଛନ୍ତି ।

Leave a Reply

Your email address will not be published. Required fields are marked *