Pratidin TV

Odisha's Digital News Platform

‘ଗଦର୍ -୨’ ରେ ଦୁଇ ଓଡ଼ିଆ ପୁଅଙ୍କ କମାଲ …

1 min read

ଦାରିଙ୍ଗବାଡି : ସାରା ଦେଶରେ ଏବେ ଓଡିଆ ପୁଅଙ୍କ ଚର୍ଚ୍ଚା । ସାରା ଦେଶ ଦେଖିଲା ଓଡିଆ ପୁଅର କମାଲ । ନିକଟରେ ଭୁବନେଶ୍ୱର ପ୍ରେମ କୁମାର ୱେବସିରିଜ୍ କମାଣ୍ଡୋର ଲିଡ୍ ରୋଲରେ ନଜର ଆସିଥିଲେ । ଯାହାକୁ ନେଇ ଓଡିଶାର ଚର୍ଚ୍ଚା ଚାଲିଥିଲା ବଲିଉଡ୍‌ରେ ଆଉ ଏବେ ପୁଣି ଓଡିଶାର ୨ ଯୁବକ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ର ବରୁଣ ବିଶୋଇ ଏବଂ ସିବସମ୍ବୁ ଦିଗାଲ ବିଭିନ୍ନ ଓଡ଼ିଆ,ହିନ୍ଦୀ, କାନାଡ଼ା, ଆସାମ ଫିଲ୍ମ ରେ କମାଲ କରୁଛନ୍ତି।

ଯେଉଁ ଖବର ସାମ୍ନାକୁ ଆସିବାପରେ ସେଇ ଦୁହିଁଙ୍କ ପାଖକୁ ଶୁଭେଚ୍ଛାର ସୁଆ ଛୁଟୁଛି । ବରୁଣ ବିଶୋଇ ଦାରିଙ୍ଗବାଡି ଠାରୁ ୨୦୦୨ବାହାରି ଦୀର୍ଘ ୨୦ ବର୍ଷ ମଧ୍ୟରେ ବିଭିନ୍ନ ଫିଲ୍ମରେ କମାଲ କରୁଥିବା ବେଳେ ଦାରିଙ୍ଗବାଡି ଠାରେ ପେପର୍ ବୟେ ଭାବେ ପରିଚିତ ଥିବା ସିବସମ୍ବୁ ଦିଗାଲ ୨୦୨୧ ରେ ମୁମ୍ବାଇ ବାହାରି ୨ ବର୍ଷ ମଧ୍ୟରେ ବିଭିନ୍ନ ଫିଲ୍ମରେ କାମ କରୁଛନ୍ତି। ଏହି ଦୁଇ ଓଡିଆ ଯୁବକ ବର୍ତ୍ତମାନ ଗଦର – ୨ ରେ ନିଜର ଜଲୱା ଦେଖାଇଛନ୍ତି ।

Advertisement

ପ୍ରତ୍ୟେକ ଫିଲ୍ମରେ ବରୁଣ ବିଶୋଇ ଫୋଲି ଆର୍ଟିଷ୍ଟ ଏବଂ ଏଡିଟର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ସହ ଫୋଲି ଆସିଷ୍ଟାଣ୍ଟ ଭାବେ ସିବସମ୍ବୁ ଦିଗାଲ କାର୍ଯ୍ୟ କରୁଛନ୍ତି। ବରୁଣ ପୂର୍ବରୁ ‘ବାଜିରାଓ ମସ୍ତାନୀ’, ‘ପିକେ’,‘ଥ୍ରୀ ଇଡିଏଟ୍’, ‘ଭାଗ୍ ମିଲଖା ଭାଗ୍’, ‘ଡନ୍ ଟୁ’, ‘ଉରି’, ‘ଅନ୍ଧାଧୁନ୍’, ‘ଟଏଲେଟ ଏକ ପ୍ରେମ କଥା’, ‘ରୁସ୍ତମ୍’ ଓ ‘ପଦ୍ମାବତୀ’ ଭଳି ଅନେକ ହିଟ୍ ଫିଲ୍ମରେ କାମ କରି ପ୍ରଂଶସିତ ହେବା ସହ ପୁରସ୍କୃତ ହୋଇ ସାରିଛନ୍ତି।

Leave a Reply

Your email address will not be published. Required fields are marked *