Pratidin TV

Odisha's Digital News Platform

ଉପନ୍ୟାସରୁ ଓଡିଆ ସିନେମା ‘ ପୁଷ୍କରା ’ , ଖୁବ୍ ଶୀଘ୍ର ଆସୁଛି ବଡପରଦାକୁ ..

ଭୁବନେଶ୍ୱର : ଖୁବ୍ ଶୀଘ୍ର ତରଙ୍ଗ ସିନେପ୍ରଡକ୍ସନ ଓଡିଆ ସିନେମା ଦର୍ଶକଙ୍କୁ ନୂଆବର୍ଷର ଭେଟିଦେବ ଏକ ବଡ ସିନେମା ।
ସଂସ୍କୃତି,କୌଳିକବୃତ୍ତି ଏବଂ ଓଡିଆ ଜାତିର ଭାଷା ସାହିତ୍ୟକୁ ନେଇ ନିର୍ମାଣ ହୋଇଥିବା ଓଡିଆ ଚଳଚିତ୍ର ପୁଷ୍କରାର ପ୍ରଥମ ଝଲକ୍ ସାମ୍ନାକୁ ଆସିଛି । ଯାହା ଓଡିଆ ଦର୍ଶକଙ୍କୁ ଚକିତ କରିସାରିଲାଣି ।

ତେବେ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଚର୍ଚ୍ଚିତ ଅଭିନେତା ସବ୍ୟାସାଚୀ ମିଶ୍ର ଏବଂ ଅଭିନେତ୍ରୀ ସୁପ୍ରିୟା । ଔପନାସିକ ଶଙ୍କର ତ୍ରୀପାଠୀଙ୍କ ଲିଖିତ ଓଡିଆ ଉପନ୍ୟାସ ‘ନାଦବିନ୍ଧୁରୁ ପ୍ରସ୍ତୁତ ହୋଇଛି ପୁଷ୍କରା’ । ୨୦୦୦ ମସିହାରେ ଏହି ଉପନ୍ୟାସଟି ପ୍ରକାଶିତ ହୋଇଥିଲା । ଏହି ଚଳଚିତ୍ରର ନିର୍ଦ୍ଧେଶନା ଦେଇଛନ୍ତି ସୁଭ୍ରାଶୁ ଦାସ୍ ଏବଂ ସଂଗୀତ ନିର୍ଦ୍ଧେଶନା ଦେଇଛନ୍ତି ବିଭୂତି ଗଡନାୟକ । ପ୍ରଥମଥର ପାଇଁ ଉପନ୍ୟାସରୁ ଚଳଚ୍ଚିତ୍ର ନିର୍ମାଣ କରିଛି ତରଙ୍ଗ ସିନେପ୍ରଡକ୍ସନ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପୁଷ୍କରା ନିର୍ମାଣ ପାଇଁ କୌଣସି ସେଟ୍ ତିଆରି କରାଯାଇନାହିଁ । ବରଂ ବାସ୍ତବ /ପ୍ରକୃତ ସ୍ଥାନରେ ହିଁ ସୁଟିଂ କରାଯାଇଛି ।

ତେବେ ତରଙ୍ଗ ସିନେପ୍ରଡକ୍ସନର କ୍ରିଏଟିଭ୍ ମୁଖ୍ୟ ରଞ୍ଜନ ଶତପଥିଙ୍କ କହିବା ଅନୁଯାୟୀ ଆମେ କୋଭିଡ୍ ସମୟରୁ ହିଁ ସାହିତ୍ୟରୁ ସିନେମା ତିଆରି କରିବା ପାଇଁ ଚେଷ୍ଟା କରିଥିଲୁ । ଯାହା ଏବେ ସମ୍ଭବ ହୋଇଛି । ତରଙ୍ଗ ସିନେପ୍ରଡକ୍ସନର ୪୪ ତମ ଅବଦାନ ପୁଷ୍କରା ଜୀବନ୍ତ କାହଣୀ କହିବ । ତେବେ ଖୁବ୍ ଶୀଘ୍ର ଦର୍ଶକମାନେ ପ୍ରଥମ ଥର ପାଇଁ ଓଡିଆ ସିନେମାରେ ଏକ ରହସ୍ୟ ମୟ ସତ୍ୟ ଘଟଣାକୁ ଦେଖିବାକୁ ପାଇବେ ।

ପୁଷ୍କରା ନାଁ ରଖିବାର ଅର୍ଥ ଲୋକମାନଙ୍କ ମୃତ ଲୋକମାଙ୍କ କ୍ରିୟାକର୍ମରେ ଲାଗୁଥିବା ପୁଷ୍କାର ଉପରେ ପର୍ଯ୍ୟବେସିତ । ଶବ୍ୟସାଚିଙ୍କୁ ଏହି ଫୁଷ୍କରା ନାମରେ ହିଁ ଫିଲ୍ମରେ ପାଇବେ ଦର୍ଶକେ । ନାଁ ଅଛି ରୋମାଣ୍ଟିକ୍ ସିନ୍ ନା ହିରୋ ହିରୋଇନ୍‌ଙ୍କ ଷ୍ଟାଇଲିଷ୍ଟ ଲୁକ୍ । ତେବେ ଦେଖିବାକୁ ବାକି ରହିଲା ଯେ ଓଡିଆ ଦର୍ଶକ କେତେ ମାତ୍ରାରେ ଏହି ଫିଲ୍ମଟିକୁ ଭଲପାଇବା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *