Pratidin TV

Odisha's Digital News Platform

କମାଲ କଲେ ଓଡିଆ ପୁଅ : ଦିନେ ଖଟୁଥିଲେ ଦାଦନ , ଆଜି ବଲିଉଡ୍ କଳାକାର ..

ଭଞ୍ଜନଗର : ଦୃଢ଼ଇଚ୍ଛା ଶକ୍ତି ଆଗରେ ହାର ମାନିଛି ସବୁକିଛି। ପିଲାଟି ବେଳୁ ଆକ୍ଟର ହେବାକୁ ସ୍ବପ୍ନ ଦେଖୁଥିଲେ।ହେଲେ ସାଙ୍ଗ ସାଥୀ ପରିବାର ପକ୍ଷରୁ କେହି ଜଣେ ବି ସାହାଯ୍ୟ କରିନଥିଲେ।ଗରିବ ପିଲା ମୁହଁରୁ ଆକ୍ଟର ହେବା କଥା ଶୁଣି ସମସ୍ତେ ଥଟ୍ଟା ପରିହାସ କରୁଥିଲେ। କିନ୍ତୁ ଆଜି ସେ ଜଣେ ବଲିଉଡ୍ କଳାକାର ବନିଯାଇଛନ୍ତି ।ହିନ୍ଦୀ ସିରିଏଲ ଓ ଫିଲ୍ମରେ କାମ କରି ନିଜ ପରିଚୟ ସୃଷ୍ଟି କରିଛନ୍ତି।

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବୋରଦା ଗାଁର ଚନ୍ଦୁ ନାୟକ।ବୟସ ମାତ୍ର ୨୧।ଏବେ ସେ ବଲିଉଡ୍ ରେ କରୁଛନ୍ତି ଅଭିନୟ। ଛୋଟ ବେଳୁ ଆକ୍ଟର ଓ ମୋଡେଲର ହେବା ପାଇଁ ସ୍ବପ୍ନ ଦେଖିଥିଲେ ଚନ୍ଦୁ।୧୨ ବର୍ଷ ର ହୋଇଥିବା ବେଳେ ଘରୁ ମାତ୍ର ୪୦୦ ଟଙ୍କା ଧରି ଭୁବନେଶ୍ୱର ରେ ଥିବା କଳିଙ୍ଗ ଷ୍ଟୁଡିଓକୁ ଆସିଥିଲେ ଅଡିସନ୍ ଦେବାପାଇଁ।ହେଲେ ସେଠି ଟଙ୍କା ମାଗିଥିଲେ।ଟଙ୍କା ନଦେଲେ କଳାକାର ହୋଇପାରିବନି କହି ବିଦା କରିଦେଇଥିଲେ।ଗରିବ ପିଲା କହି କାନ୍ଦି କାନ୍ଦି ବହୁତ୍ ଅନୁରୋଧ କରିବା ପରେବି ଓଡ଼ିଆ ସିନେମା ରେ କାମ କରିବାକୁ କେହି ସୁଯୋଗ ଦେଇନଥିଲେ ।ଏତିକିରେ ଚନ୍ଦୁଙ୍କର ମନ ବଳ ଭାଙ୍ଗି ନଥିଲା ।ଘରେ କିଛି ଦିନ ରହିବା ପରେ ଟଙ୍କା ରୋଜଗାର କରିବା ପାଇଁ କେରଳ ଯାଇଥିଲେ।ସେଠାରେ ହୋଟେଲ ରେ କାମ କରି ଯେତିକି ରୋଜଗାର କଲେ ସେତିକିରେ ନିଜ ଖର୍ଚ୍ଚ ରଖି ବଳକା ଟଙ୍କା ଘରକୁ ପଠାଉଥିଲେ।ଘରର ବଡ ପୁଅ ହୋଇଥିବାରୁ ଘରର ସବୁ ଦାୟିତ୍ଵ ମୁଣ୍ଡ ଉପରେ।ଘରେ ବାପା, ମା,ସାନ ଭାଇ ସହ ଦୁଇ ସାନ ଭଉଣୀ ରହୁଛନ୍ତି ।ବଡ଼ ଭଉଣୀ ଙ୍କ ବିବାହ ସରିଛି.ଘର ଖର୍ଚ୍ଚ ସହ ସାନ ଭାଇ ଭଉଣୀ ଙ୍କ ପଢା ଖର୍ଚ୍ଚ ପାଇଁ ଘରକୁ ଟଙ୍କା ପଠାଉଥିବା କହିଛନ୍ତି ଚନ୍ଦୁ।

ଚନ୍ଦୁ ଅଷ୍ଟମ ଶ୍ରେଣୀ ପାସ୍ କରିବା ପରେ ଘର ଛାଡ଼ି କେରଳ ଯାଇଥିଲେ।ସେଠାରେ ହୋଟେଲ ରେ କାମ ସାରିବା ପରେ ଜିମ୍ ଯାଇ ନିଜକୁ ଫିଟ୍ କରିଥିଲେ।ଦିନେ ଫେସବୁକ୍ ରେ ମୁମ୍ବାଇରେ ହେବାକୁ ଥିବା ଏକ ଅଡିସନ୍ ଏମ୍ ଏଫ୍ ଡି ଏଫ୍ ସିଜନ୍ ୧୧ ର ଏକ ପୋଷ୍ଟର ଦେଖିଥିଲେ ।ସେ ମୋଡେଲିଂ ରେ ଭାଗ ନେବା ପାଇଁ ଅନୁଷ୍ଠାନ ମୁଖ୍ୟଙ୍କୁ ମେସେଜ କରି ଜଣାଇଥିଲେ। ଚନ୍ଦୁର ଫିଟନେସ ଫୋଟୋ ଦେଖିବା ପରେ ତାଙ୍କୁ ମୁମ୍ବାଇ ଆସିବା ପାଇଁ କହିଥିଲେ ।ସେଠାରେ ଚାଲିଥିବା ଆକଟିଂ,ମୋଡଲିଂ ରେ ଅଂଶ ଗ୍ରହଣ କରି ଗୋଲ୍ଡ ମେଡାଲ ପାଇଥିଲେ।ସେଇଠୁ ବଦଳି ଥିଲା ଚନ୍ଦୁଙ୍କ ଭାଗ୍ୟ।ଅନୁଷ୍ଠାନ ମୁଖ୍ୟ ଅଭିଷେଖ୍ ଯୋଶୀ ଙ୍କୁ ନିଜର ସବୁ କଥା କହିବା ପରେ ସେ ବଲିଓଡରେ କାମ କରିବା ପାଇଁ ରାସ୍ତା ଦେଖାଇଥିଲେ । ପ୍ରଥମେ ଚନ୍ଦୁ ମୁମ୍ବାଇ ରେ ସୁଟିଂ ହେଉଥିବା ହିନ୍ଦୀ ସିରିଏଲ୍ ରାଧାକ୍ରୀଷ୍ଣାରେ ଅଭିନୟ କରିଥିଲେ।ହିନ୍ଦୀ, ଗୁଜୁରାତି ଓ ମାଲାଲିୟମ ଚଳଚ୍ଚିତ୍ର ରେ ଅଭିନୟ କରିବାର ସୁଯୋଗ ପାଇଥିବା କହିଛନ୍ତି ଚନ୍ଦୁ। ଛୋଟ ବେଳୁ ଦୁଃଖ କଷ୍ଟରେ ବଢ଼ି ଥିଲେ ଆଉ ଏବେ ସିନେମାରେ ଅଭିନୟ କରି ନିଜକୁ ପ୍ରତିଷ୍ଠିତ କରିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *