Pratidin TV

Odisha's Digital News Platform

ଆଜି ପ୍ରେକ୍ଷାଳୟରେ ଖୋଲିଲା ‘ ବୋଉର ହାତବାକ୍ସ ’

ଭୁବନେଶ୍ୱର : ନିକଟରେ ବାବୁଶାନଙ୍କ ଦମନ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଓଡିଆ ସିନେମା ଜଗତକୁ ଘାରିଥିଲା ମାନ୍ଧାବସ୍ଥା । ଯାହାକୁ ନେଇ ଓଡିଆ ସିନେ ମେକର୍ସମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଯାଇଥିଲା । ଓଡିଆ ସିନେମାକୁ ପରଦା ମିଳୁନଥିବା ବେଳେ ଓଡିଆ ମେକର୍ସ ମାନଙ୍କର ସର୍ବଶ୍ରେଷ୍ଠ ପ୍ରଚେଷ୍ଠା ଥିଲା ଦମନ । ଏହି ଦମନ ଫିଲ୍ମ ହିଁ ପୁଣି ଥରେ ଓଡିଆ ସିନେ ଜଗତର ମେରୁଦଣ୍ଡକୁ ସଳଖିବାକୁ ଶକ୍ତି ଦେଇଥିଲା । ଏହାପରେ ପ୍ରତିକ୍ଷା ଏବଂ ପ୍ରସ୍ଥାନମ ଭଳି ଫିଲ୍ମ ଗୁଡିକ ମଧ୍ୟ ଓଡିଆ ସିନେମାକୁ ବଡ ପରଦାଆଡକୁ ଟାଣିଥିଲା । ଦମନ ଏବଂ ପ୍ରତୀକ୍ଷା ରାଜ୍ୟବ୍ୟାପି ଦେଶରେ ମଧ୍ୟ ଖୁବ୍ ପ୍ରଶଂସିତ ହୋଇଥିଲା । ତେବେ ଏହି ଦୁଇଟି ଫିଲ୍ମକୁ ମଧ୍ୟ ହିନ୍ଧିରେ ଡବିଂ କରିବାକୁ ନିର୍ଦ୍ଦେଶ ମିଳିଥିଲା ।

ସେହିଭଳି ୩୦ ଡିସେମ୍ଭର ୨୦୨୨ ଅର୍ଥାତ୍ ଆଜି ନିର୍ଦେଶକ ନାରାୟଣ ପତିଙ୍କ ଫିଲ୍ମ ‘ବୋଉର ହାତବାକ୍ସ ’ ବଡ ପରାଦକୁ ଆସିଛି। ନାରାୟଣ ଏକ ଭିନ୍ନ ସ୍ବାଦର କାହାଣୀକୁ ନେଇ ଦୀର୍ଘଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରିଛନ୍ତି । ସେ ଏହାର ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦେଇଛନ୍ତି । ଆରତୀ ପାଟ୍ଟଯୋଶୀ ଏହାର କାହାଣୀ ଲେଖୁଛନ୍ତି।

ସଂଜୟ ଦାସଙ୍କ ନିବେଦିତ ତଥା ଚାଇରୋସନା ଫିଲ୍ମସ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ଏହି ଓଡ଼ିଆ ଚଳଚ୍ଚିତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ବି ଅଭିନୟ କରିଛନ୍ତି ନାରାୟଣ ପତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲୋପାମୁଦ୍ରା ମିଶ୍ର ଓ ରାଜେଶ ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି । ଦେବଦାସ ଛୋଟରାୟ ଓ ମାନଗୋବିନ୍ଦ ବାରିକ ଏଇ ସିନେମାର ଗୀତ ରଚନା କରିଥିବା ବେଳେ କ୍ଷୀତି ପ୍ରକାଶ ମହାପାତ୍ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଓଡ଼ିଆ ଘରର କାହାଣୀ, ଚଳଣି ଓ ପରମ୍ପରାକୁ ନେଇ ପାରିବାରିକ ଚଳଚ୍ଚିତ୍ରଟିଏ ହେଉଛି ‘ବୋଉର ହାତବାକୁ’ । ତେବେ ଏହା ଦମନ , ପ୍ରତୀକ୍ଷା ଭଳି ଲୋକମାନଙ୍କ ମନକୁ ଛୁଇଁବ ବୋଲି ନିର୍ଦ୍ଦେଶକ ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *