Pratidin TV

Odisha's Digital News Platform

(ଭିଡିଓ)ଓଡିଆ ସିନେମା ପାଇଁ ଐତିହାସିକ ଦିନ : ଆଜି ୫ଶହ ହଲ୍‌ରେ ହିନ୍ଦୀରେ ମୁକ୍ତିଲାଭ କଲା ଦମନ୍ ..

1 min read

ଭୁବନେଶ୍ୱର : ପୁଣି ଦର୍ଶକଙ୍କ ହୋସ୍ ଉଠାଇବ ଦମନ । ସବୁ ପ୍ରତିକ୍ଷା ଓ ଅପେକ୍ଷାର ଅନ୍ତ ପରେ ଆଜି ରାଷ୍ଟ୍ରଭାଷା ହିନ୍ଦୀରେ ରିଲିଜ୍ ହୋଇଛି ଦମନ୍ । ସାରା ଦେଶରେ ୫୦୦ ହଲ୍‌ରେ ହୋଇସାରିଛି ରିଲିିଜ୍ । ଏନେଇ ଦମନର ପୁରା ଟିମ୍ ଆଜି ମୁମ୍ବାଇରେ । ୪ ନଭେମ୍ବର ୨୦୨୨ ତାରିଖରେ ଜଣେ ଯୁବ ଡାକ୍ତରଙ୍କ ସତ୍ୟ କାହଣୀକୁ ନେଇ ଓଡିଶା ସହ ଅନେକ ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା ଦମନ । ରାଜ୍ୟର ୪୩ଟି ହଲ୍ରେ ଏହା ମୁକ୍ତିଲାଭ କରିଥିଲା। ପରେ ଦେଶବ୍ୟାପୀ ଚର୍ଚ୍ଚାର ପରିସରକୁ ଆସିବା ସହ ଓଡ଼ିଆ ସିନେମା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା। ଏଥିସହ ଦେଶର ୬ଟି ପ୍ରମୁଖ ସହରରେ ମୁକ୍ତିଲାଭ କରିଥିଲା । ଏହାର ଲୋକ ପ୍ରିୟତା ଏତେ ବଢିଲା ଯେ ଫିଲ୍ମକୁ ହିନ୍ଦୀରେ ଡବିଂକରିବାକୁ ନିର୍ଦ୍ଦେଶ ମିଳିଲା ।

ଏଥିରେ ମୁଖ୍ୟ ଭୂମିକାରେ ଅଭିନେତା ବାବୁସାନ ମହାନ୍ତି ଓ ଦ୍ୱୀପନୀତ ଦାଶଙ୍କ ସହ ଅନ୍ୟାନ କଳାକାର ମାନେ ଲୋକଙ୍କ ହୃଦୟକୁ ଏମିତି ଜିତିଥିଲେ ଯେ ଫିଲ୍ମର ଆଇଏମବିଡି ରେଟିଂ ୧୦ ରୁ ୯.୭ ପାଇ କେଜିଏଫ୍ -୨ ଏବଂ ଆରଆରଆର କୁ ପଛରେ ପକାଇଦେଇଥିଲା । ତେବେ ଏହି ଫିଲ୍ମର ହିନ୍ଦୀ ଭର୍ସନ ମଧ୍ୟ ଓଡିଆ ଭଳି ହାଏଷ୍ଟ ରେକର୍ଡ କରିବ ବୋଲି ଆଶା କରିଛନ୍ତି ଟିମ୍ ମେମ୍ବର । ବର୍ତ୍ତମାନ ହିନ୍ଦୀ ସିନେମାରେ ଶାହରୁଖଙ୍କ ପଠାନ୍‌କୁ ଟକ୍କର ଦେବ ଦମନ୍ ।

ଜେପି ମୋସନ୍ ପିକଚର୍ସ ବ୍ୟାନରରେ ଓ ମେଣ୍ଟିସ୍ ଫିଲ୍ମସ୍ ମିଳିତ ଭାବେ ପ୍ରସ୍ତୁତ ଏହି ସିନେମାର ମୂଳ ପ୍ରଯୋଜକ ରହିଛନ୍ତି ଦୀପେନ୍ଦ୍ର ସାମଲ । କାହାଣୀ, ଚିତ୍ରନାଟ୍ୟ ପ୍ରସ୍ତୁତି ସାଙ୍ଗକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶାଳ ମୌର‌୍ୟ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା । ଡିଓପିରେ ପ୍ରତାପ ରାଉତ, ସଙ୍ଗୀତରେ ଗୌରବ ଆନନ୍ଦ, ଗୀତ ରଚନାରେ ଦିବ୍ୟଜିତ୍ ସାହୁ ଓ ଏଡିଟିଂରେ ଦେବୀ ପ୍ରସାଦ ଲେଙ୍କା ନିଜ ଦକ୍ଷତା ଦେଖାଇଛନ୍ତି ।

Leave a Reply

Your email address will not be published. Required fields are marked *